pr

ଯୁବ କୁଲତା ସମାଜ ତରଫରୁ ହରିଶଙ୍କରଠାରେ ଅନ୍ନଛତ୍ର

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସାମାଜ ଅଧିନସ୍ଥ ଖପ୍ରାଖୋଲ ବ୍ଲକ କମିଟି ତରଫରୁ ବୈଶାଖ ମେଳା ଉପଲକ୍ଷେ ହରିଶଙ୍କରଠାରେ ଏକ ଅନ୍ନଛତ୍ରର ଉଦ୍‌ଘାଟନ କରାଯାଇଛି । ବୈଶାଖ ଚତୁର୍ଦ୍ଦଶୀ ମେଳା ଉପଲକ୍ଷେ ଲୋକଙ୍କ ସୁବିଧା ପାଇଁ ଦୂର ଦୂରାନ୍ତରରୁ ଆସୁଥିବା ଲୋକଙ୍କୁ ନିଶୁଳ୍କ ଅନ୍ନପ୍ରସାଦ ବଣ୍ଟନ କରାଯିବ ବୋଲି ଖପ୍ରାଖୋଲ ବ୍ଲକ ଯୁବ କୁଲୁତା ସମାଜ ପକ୍ଷରୁ ସୂଚନା ଦିଆଯାଇଛି । ଖପ୍ରାଖୋଲ ବ୍ଲକ ଯୁବ କୁଲୁତା ସମାଜର ଏଭଳି ମହତ କାର୍ଯ୍ୟକ୍ରମକୁ ବଲାଙ୍ଗିର ଜିଲ୍ଲା ଯୁବ ସଂଗଠନ ତଥା ଖପ୍ରାଖୋଲ ଅଞ୍ଚଳର ସମସ୍ତ ଜନସାଧାରଣ ଭୁୟସୀ ପ୍ରଶଂସା କରିଛନ୍ତି । ସର୍ବ ପ୍ରଥମେ ଇଷ୍ଟଦେବୀ ରାମଚଣ୍ଡିଙ୍କ ପୂଜାର୍ଚ୍ଚନା କରାଯାଇ ଅନ୍ନଛତ୍ରଟି ଉଦ୍‌ଘାଟନ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ବିଧାୟକ ସରୋଜ ମେହେର, ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ, ଖପ୍ରାଖୋଲ ବ୍ଲକ ସଭାପତି ଅକ୍ଷୟ ପ୍ରଧାନ, ସମ୍ପାଦନ ସୁଶାନ୍ତ ପଧାନ, ଯଶୋବନ୍ତ ସାହୁ, ସନ୍ତୋଷ ପଧାନ, ଓଁକାର ଭୋଇ, ସରୋଜ କୁମାର ସାହୁ, ଜ୍ୟୋତିଷ ଚନ୍ଦ୍ର ସାହୁ, ଡୋଳାମଣି ସାହୁ, ବିଶ୍ୱଜିତ ପଧାନ, ନେତ୍ର ବାରିକ, ଜୟକୃଷ୍ଣ ଭୋଇ, କୁଶରାଜ ଭୋଇ, ସଞ୍ଜିବ ବାରିକ, ରମାକାନ୍ତ ଭୋଇ, ବସନ୍ତ ପଧାନ, ହରିଶ ପାତ୍ର, ବିକାଶ ବାରିକ, ନିତ୍ୟାନନ୍ଦ ଭୋଇ, ଜିତେନ୍ଦ୍ର ବିଶ୍ୱାଲ, ମୁକେଶ ପଧାନ, ପ୍ରକାଶ ପଧାନ, ପ୍ରେମ ସାହୁ ତଥା ଖପ୍ରାଖୋଲ ଅଂଚଳର କୁଲୁତା ସମାଜର ସମସ୍ତ ବରିଷ୍ଠ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

nrusinghnath
Leave A Reply

Your email address will not be published.