csstore

ଛତ୍ରପୁର ପଞ୍ଚାୟତ ସମିତିର ପ୍ରଥମ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତିର ପ୍ରଥମ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ନବ-ନିର୍ବାଚିତ ଛତ୍ରପୁର ବ୍ଳକ୍ ଅଧ୍ୟକ୍ଷା କୀରଣ କୁମାରୀ ଦାସ, ଉପାଧ୍ୟକ୍ଷା ଏସ୍.ଶାରଦା ରେଡ୍ଡୀ, ବିଧାୟକ ସୁବାଷ ଚନ୍ଦ୍ର ବେହେରା ମଞ୍ଚାସୀନ ଥିଲେ । ବିଡ଼ିଓ ଶାରଦା ପ୍ରସନ୍ନ ପଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିଲେ । ୧୯ ନମ୍ବର ଜୋନ୍ ସଦସ୍ୟା ରଶ୍ମୀତା ନାହାକ, ୨୦ ନମ୍ବର ଜୋନ୍ ସଦସ୍ୟ ଏମ୍.ଧନଞ୍ଜୟ ରେଡ୍ଡୀ, ୨୧ ନମ୍ବର ଜୋନ୍ ସଦସ୍ୟା ସବିତା ବେହେରା, ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ଏସ୍.ଚକ୍ରପାଣି ରେଡ୍ଡୀ, ନରେନ୍ଦ୍ରପୁର ସମିତିସଭ୍ୟା ସୋନାଲି ସେନାପତି ପ୍ରମୁଖ ସମିତିର ବହୁ ସଦସ୍ୟ ସଦସ୍ୟା ଯୋଗଦେଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଛତ୍ରପୁର ବ୍ଲକ୍‌ର ବିଭିନ୍ନ ସମସ୍ୟା, ପୂର୍ବ ବଜେଟରେ ବକେୟା ରହିଥିବା ସମସ୍ୟା ସମ୍ପର୍କରେ ଆଲୋକପାତ ହୋଇଥିବା ବେଳେ ବିଭିନ୍ନ ଅଞ୍ଚଳରେ ଲୋକଙ୍କ ଖାଦ୍ୟସୁରକ୍ଷା ଯୋଜନାର ନୂତନ ରାଶନ କାର୍ଡ ହିତାଧିକାରୀଙ୍କ ନାମ ସଂଲଗ୍ନ ସମ୍ପର୍କରେ ଗୃହରେ ତର୍କବିତର୍କ ହୋଇଥିଲା । ମତ୍ସ୍ୟଜୀବୀଙ୍କ ପାଇଁ ନୂତନ ଯୋଜନା, କୃଷି ଓ ଉଦ୍ୟାନ, ସ୍ୱାସ୍ଥ୍ୟ ଓ ଶିକ୍ଷାବିଭାଗ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ମହିଳା ସଶକ୍ତିକରଣ ଅଧିକାରିଣୀ ମାମିନି ଜେନା ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.