ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ କୃଷକ ସମ୍ମେଳନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ର ଓ ଆତ୍ମାର ମିଳିତ ସହଯୋଗରେ କେଭିକେର ସମ୍ମିଳନୀ କକ୍ଷରେ “କିଷାନ୍ ଭାଗିଦାରୀ : ପ୍ରାଥମିକତା ହମାରୀ” ଅଭିଯାନକୁ ନେଇ ଏକ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ.ଜୀବନଜିତ ସେନଙ୍କ ପରିଚାଳନାରେ ଆୟୋଜିତ ଏହି କୃଷକ-ବୈଜ୍ଞାନିକ କାର୍ଯ୍ୟକ୍ରମରେ ପ୍ରାକୃତିକ ଚାଷ ପ୍ରଣାଳୀ ସହ ଅର୍ଥନୈତିକ ଚାଷରେ ମିଲେଟ୍, ତୈଳବୀଜ ଏବଂ ଜୈବିକ ଖତ ଓ ସାରକୁ ନେଇ ଆଲୋଚନା କରାଯାଇଛି । ବିଶେଷ କରି, ମାଟିର ଗୁଣାବତ୍ତାକୁ ନେଇ ଜୈବିକ ଖତ ଓ ପ୍ରାକୃତିକ ସାର ବ୍ୟବହାର ଉପରେ ଚାଷୀଙ୍କୁ ଗୁରୁତ୍ୱ ଦେବାକୁ କୃଷି ବିଜ୍ଞାନୀମାନେ ପରାମର୍ଶ ଦେଇଥିଲେ । ବିଶେଷ କରି ପାରମ୍ପାରିକ କୃଷି ପଦ୍ଧତିକୁ ନେଇ ଉତ୍ପାଦନ ବୃଦ୍ଧି ପାଇଁ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ଉପରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମିଳ ସ୍ବାଇଁ, ଏଡିଏଚ୍ ହୃଷିକେଶ ଦାଶ ଓ ଏସ୍‌ବିଆଇର ଅଜିନ୍ ଟୁଡୁଙ୍କ ସହ କୃଷି ବୈଜ୍ଞାନିକ ପ୍ରମୁଖ ଯୋଗଦେଇ କୃଷିର ବିକାଶରେ କୃଷକର ଭାଗିଦାରୀତା ସଂପର୍କରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.