ବରକାନୀରେ ୫୬ତମ ଶ୍ରୀରାମଳୀଳା ମହୋତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ଅର୍ନ୍ତଗତ ବରକାନୀ ଗାଁରେ ଗତ ଶନିବାର ଦିନ ୫୬ତମ ରାମଳୀଳା ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ଦୟାନିଧୀ ଖମାରୀ ମୁଖ୍ୟ ଅତିଥି, ଶୁକଦେବ ମେହେର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଗାଁର ବରିଷ୍ଠ କଳାକାର ଶୁକଦେବ ମେହେର, କିଶୋର ମେହେର, ଧବଚରଣ ମେହେର, ଏକତା ମେହେର, ମହାଦେବ ମେହେର, ଦିବାକର ମେହେର, ପ୍ରତାପ ମାଝୀ ଓ ମୁରଳୀ ମେହେରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ତ୍ରିପାଠୀ ପରିଚାଳନା କରିଥିବା ବେଳେ ରାମଳୀଳା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଗଣ୍ଡାରାମ କପାଟ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.