ନୃଶଂସ ହତ୍ୟାକାଣ୍ଡ : ସ୍ତ୍ରୀ ଓ ଶାଳୀକୁ ହାଣି ହତ୍ୟା କଲା ସ୍ୱାମୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଚନ୍ଦ୍ରଶେଖପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍ତ୍ରୀ ଓ ଶାଳୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ସ୍ୱାମୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଦେହ ଜବତ କରିଛି । ମୃତକଙ୍କ ମଧ୍ୟରେ ପତ୍ନୀ ଗାୟତ୍ରୀ ସେଠୀ ଓ ସରସ୍ୱତୀ ସେଠୀ ଥିବା ଜଣାପଡିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି । ତେବେ ହତ୍ୟାକାଣ୍ଡର କାରଣ ଜଣାପଡିନଥିବା ବେଳେ ବିଭତ୍ସ ହତ୍ୟାକାଣ୍ଡ ଘଟାଇବା ଅଭିଯୁକ୍ତ ସ୍ୱାମୀ ଧରାପଡିଛି । ତଦନ୍ତ ପରେ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.