କର୍ମେଗାଁ ପଞ୍ଚାୟତରେ ନୂତନ ଡାକଘର ଉଦ୍‌ଘାଟନ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନ କର୍ମେଗାଁ ଗ୍ରାମ ପଞ୍ଚାୟତ ଠାରେ ଶନିବାର ଦିନ ନୂତନ ଡାକଘର ଶାଖା ଉଦ୍‌ଘାଟନ ହୋଇଯାଇଛି । ଏହି କ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଯୋଗଦାନ କରି ନୂତନ ଶାଖାକୁ ଉଦ୍‌ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ କଳାହାଣ୍ଡି ଡାକ ବିଭାଗର ଏ.ଏସ୍.ପି ମୋହନ ସୁନା, ସମ୍ମାନୀତ ଅତିଥି ଭାବେ ଉକ୍ତ ପଞ୍ଚାୟତ ସରପଞ୍ଚ ମନୋଜ ମହାନନ୍ଦ, ପିଇଓ ଥବିର ରଣା, ଯୋଗାଣ ସହାୟକ ନରୋତ୍ତମ ଗଡତିଆ ଓ ସମ୍ବାଦ ସାମ୍ବାଦିକ ଅଜୟ କୁମାର ସେନାପତି ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବାବଦରେ ଡାକଘର ମାଧ୍ୟମରେ ଜନସାଧାରଣଙ୍କ ପାଇଁ କେଉଁ କେଉଁ ସୁବିଧା ଉପଲବ୍ଧ ହୋଇପାରିବ ସେ ସମ୍ପର୍କରେ ଅତିଥି ଗଣ ଅବଗତ କରାଇଥିଲେ । ଡାକ ବିଭାଗ ତରଫରୁ କର୍ମେଗାଁ ଗ୍ରାମ ପଞ୍ଚାୟତର ନୂତନ ଶାଖାର ବ୍ରାଞ୍ଚ୍ ପୋଷ୍ଟ୍ ମାଷ୍ଟର୍ ନମ୍ରତା ସାହୁ, ରୁପ୍ରା ପୋଷ୍ଟ ମାଷ୍ଟର ଭରତ ଚନ୍ଦ୍ର ସାହୁ, ଭୀମକେଲା ପୋଷ୍ଟ ମାଷ୍ଟର ତୁମେଶ୍ବର ସାହୁ, ମୁସ୍କୁଟି ପୋଷ୍ଟ ମାଷ୍ଟର ରାମେଶ୍ଵର ସା ଓ ସରିଆଁ ପୋଷ୍ଟ ମାଷ୍ଟର ସୁବ୍ରମଣ୍ୟମ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଶ୍ରୀପୁର ପୋଷ୍ଟ ମାଷ୍ଟର ପ୍ରକାଶ ନାଏକ ମଞ୍ଚ ପରିଚାଳନା କରିଥିଲେ । ଉକ୍ତ ପଞ୍ଚାୟତର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଅର୍ଜୁନ ପଧାନ, ଭଗବାନ ମହାନନ, ସୁଶାନ୍ତ ଭୋଇ, ଅଜିତ ଭୋଇ ଓ ବିଦୁ ମାଝୀଙ୍କ ସମେତ ୱାର୍ଡ଼ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ । ଶେଷରେ ପିଇଓ ଥବିର ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.