jsm

ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ : ଯୁବକ ଅଟକ

csstore

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଗତାବନ୍ଧ ଗ୍ରାମରେ ଜଣେ ଯୁବତୀଙ୍କୁ ସେହି ଗ୍ରାମର ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ଅଭିଯୋଗ ପରେ କୋକସରା ପୁଲିସ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡ଼ିଛି ସୂଚନାନୁସାରେ, ଗତାବନ୍ଧ ଗ୍ରାମର ସାମନ୍ତ ଭାଟି (୨୪) ନାମକ ଜଣେ ଯୁବକ ସେହି ଗ୍ରାମର ଜଣେ ୨୫ ବର୍ଷୀୟ ଯୁବତୀଙ୍କୁ ୫ ବର୍ଷ ଏକତରଫା ଭଲ ପାଉଥିଲେ । ସାମନ୍ତ ଅନେକ ସମୟରେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିବା ବେଳେ ଯୁବତୀ ଏହାକୁ ବିରୋଧ କରିଆସୁଥିଲେ । ଗତ ୨୦ ତାରିଖ ରାତିରେ ଯୁବତୀ ଜଣକ ଏକୁଟିଆ ଥିବା ସୁଯୋଗ ନେଇ ସାମନ୍ତ ତାଙ୍କ ଘରକୁ ପଶି ଜୋର୍ ଜବରଦସ୍ତ ଦୁଷ୍କର୍ମ କରିଥିବା ନେଇ ଯୁବତୀ କୋକସରା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ସାମନ୍ତକୁ ଥାନାକୁ ଆଣି ଅଟକ ରଖିବା ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ଏ ନେଇ କୋକସରା ଥାନାରେ ଏକ ମାମଲା ରୁଜୁ ହୋଇଛି ।

yuvodaya
Leave A Reply

Your email address will not be published.