ଚାରଭଟା ପଞ୍ଚାୟତ ମହାବିଦ୍ୟାଳୟଠାରେ ମେଗା ସ୍ୱାସ୍ଥ୍ୟ ମେଳା ଆୟୋଜିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲାର ତରଭା ବ୍ଲକ୍ ଅନ୍ତର୍ଗତ ଚାରଭଟା ଗ୍ରାମପଞ୍ଚାୟତର ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଗତକାଲି ଆୟୁଷ୍ମାନ ମନ୍ତ୍ରଣାଳୟ ଭାରତ ସରକାର ଓ ସୋନପୁର ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗଙ୍କ ଦ୍ଵାରା ଏକ ମେଗା ସ୍ବାସ୍ଥ୍ୟ ମେଳା ଆୟୋଜିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ବିଭାଗ ଅଭିଜ୍ଞ ଡାକ୍ଟର ମାନଙ୍କ ଯଥା ଭେଷଜ ବିଭାଗର ଡାକ୍ଟର ନରେନ୍ଦ୍ର ମେହେର, ସ୍ତ୍ରୀ ଓ ପ୍ରସୂତି ବିଭାଗର ଡ଼ା. ସଙ୍ଗୀତା ଚୌଧୁରୀ ଓ ଡ଼ା. କ୍ଷୀରୋଦ୍ର କୁମାର ମିଶ୍ର, ଶିଶୁ ବିଭାଗର ନନ୍ଦ କୁମାର ନାଏକ ଚକ୍ଷୁ ବିଭାଗର ଅଶୋକ କୁମାର ମଲ୍ଲିକ, କର୍ଣ୍ଣ ନାସା ଓ ଗଳା ବିଭାଗର ଡ଼ା ରଶ୍ମି ରଞ୍ଜନ ହୋତା, ଦାନ୍ତ ବିଭାଗର ଏସଏନ୍ ପଣ୍ଡା ସହଯୋଗୀ ଡାକ୍ଟର ଶ୍ରୀକାନ୍ତ ପୃଷ୍ଟି, ଡ଼ା ପ୍ରେମାନନ୍ଦ ମେହେର, ଡ଼ା ଐଶର୍ୟା ମିଶ୍ରଙ୍କ ଦ୍ଵାରା ୧୦୨୨ ଜଣ ରୋଗୀଙ୍କୁ ମାଗଣାରେ ଚିକିତ୍ସା ସହିତ ଔଷଧ ବିତରଣ କରାଯାଇଥିଲା । ଲୋକେ କେମିତି ସୁସ୍ଥ ହୋଇ ରହିବେ ତାହା ଉପରେ ସଚେତତା ମଧ୍ୟ କରଯାଇଥିଲା । ମୁଖ୍ୟ ଅତିଥି ଭାବେ ତରଭା ପଞ୍ଚାୟତ ସମିତି ଅଧ୍ୟକ୍ଷ ସରୋଜ କମ୍ପ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ଶରତ ଶତପଥି, ତରଭା ବିଡିଓ ବିନୟ କୁମାର ପଟେଲ, ସିଡିଏମଓ ଆଇସି ରମେଶ ଚନ୍ଦ୍ର ସ୍ୱାଇଁ, ଏଡିପିଏଚ୍ଓ (ଟିବି) ପଦ୍ମନାଭ ଦୋରା, ସୁବର୍ଣ୍ଣପୁର ଡିପିଏମ ବିଶ୍ବମ୍ବର ବେହେରା, ଚାରଭଟା ପଞ୍‌ଞ୍ଚାୟତ କଲେଜର ପ୍ରିନ୍‌ନ୍ସିପାଲ ଏମ୍ ମହମ୍ମଦ ଓ ତରଭା ସୁପରିଟେଣ୍‌ଣ୍ଡଣ୍‌ଣ୍ଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ା କ୍ଷୀରୋଦ୍ର କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ସଭାକୁ ପରିଚାଳନା କରିଥିଲେ ସମୀର ସାହୁ । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥଲେ ବିପିଏମ୍‌ ପ୍ରିୟରଞ୍ଜନ ସାହୁ ଓ ପିଏଚ୍ଇ ଓ ତାପସ ରଂଜନ ପଣ୍ଡା । ଧନ୍ୟବାଦ ଅର୍ପଣ କରିଥିଲେ ମନୋଜ ମାଝୀ ।

Leave A Reply

Your email address will not be published.