ଦୁଇ କାର୍‌ ମୁହାଁମୁହିଁ ଧକ୍କା

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼-ଖପ୍ରାଖୋଲ ରାସ୍ତାର ବାଲିପଟା ଛକ ନିକଟରେ ଦୁଇ କାର୍‌ (ଓଡି ୧୫ ଏନ୍‌ ୮୧୯୦) ଓ (ଓଡି ୦୩ ଏଫ୍‌ ୭୨୨୯) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ସୌଭାଗ୍ୟ ବଶତଃ ଉଭୟ କାର୍‌ର ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି । ବଲାଙ୍ଗିର ପଟରୁ ଏକ କାର୍‌ ବାଙ୍କିବାହାଲକୁ ଯାଉଥିଲା । ଅନ୍ୟ କାର୍‌ ନେହେନାବନ୍ଧ ଗ୍ରାମରୁ ବଲାଙ୍ଗିର ଅଭିମୁଖେ ଯାଉଥିଲା । ଦୁର୍ଘଟଣା ପରେ ଉଭୟ କାର୍‌ର ସମ୍ମୁଖ ଭାଗ ଚୂରମାର ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Leave A Reply

Your email address will not be published.

error: Content is protected !!