ବିଦ୍ୟୁତ୍ କାଟ୍ ପ୍ରତିବାଦରେ ଆପ୍ ପକ୍ଷରୁ ପ୍ରତିବାଦ ପତ୍ର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସହରରେ ଲାଗି ରହିଥିବା ବିଦ୍ୟୁତ କାଟ୍ ପ୍ରତିବାଦରେ ଗୁରୁବାର ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ପ୍ରତିବାଦ ପତ୍ର ଅତିରିକ୍ତ ଜିଲ୍ଲାପାଳ ନବୀନ ପଟେଲଙ୍କୁ ପ୍ରଦାନ କରାଯାଇଛି । ବିନା ନୋଟିସରେ ଘଣ୍ଟା ଘଣ୍ଟା ଲାଇନ୍ କାଟ୍ ବରଗଡବାସୀଙ୍କ ପାଇଁ ଅସହ୍ୟ ହୋଇପଡିଛି । ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଲୋକେ ବାହାରକୁ ଯିବା ସମ୍ଭବ ହେଉ ନଥିବା ବେଳେ ବିଜୁଳିର ଚୁଚକାଳୀ ଏବେ ଲୋକଙ୍କୁ ଅତିଷ୍ଟ କରିଛି । ସେହିପରି ବକୈୟା ବିଲ ଅସୁଲି ନାମରେ ଟାଟା କମ୍ପାନୀର ଜୁଲମ ବଢିବାରେ ଲାଗିଛି ଯାହାକୁ ଆମ୍ ଆଦମୀ ପାର୍ଟି ବିରୋଧ କରୁଛି । ଦିଲ୍ଲୀ ଭଳି ସମସ୍ତଙ୍କୁ ୨୦୦ ୟୁନିଟ୍ ବିଜୁଳି ଦେୟମୁକ୍ତ କରିବାକୁ ଆପ୍ ଦାବୀ କରିଛି । ଏହି ଅବସରରେ ଜିଲ୍ଲା ଆବାହକ ଭବାନୀ ସାହୁ, ପବିତ୍ର ଦେହେରୀ, ଅଲିମ ରିଜୱି, ଅଭୟ ସାମଲ, ଲଷ୍ମୀ ସୁନା, ଘନ କୁମ୍ଭାର, ଚକ୍ର ବାଗ୍, ସୁରେନ୍ଦ୍ର ସାଗର, ଭୀମସେନ ନାଗ ଓ ଅନ୍ୟମାନେ ଉପସ୍ଥିତ ରହି ଥିଲେ ।

Leave A Reply

Your email address will not be published.

error: Content is protected !!