ଆଜି ଡେଲାଙ୍ଗ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ହେବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଆଜି ବ୍ଲକସ୍ତରୀୟ ମେଗା ସ୍ୱାସ୍ଥ୍ୟ ମେଳା ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଅନୁଷ୍ଟିତ ହେବ । ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଏକ ସ୍ବାସ୍ଥ୍ୟ ମେଳା ଆୟୋଜନ ହୋଇଛି । ଏଥିରେ ସଂକ୍ରାମକ, ଅଣ ସଂକ୍ରାମକ ରୋଗର ଚିକିତ୍ସା, ସରକାରଙ୍କ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଉପରେ ସଚେତନତା ବିଶେଷଜ୍ଞଙ୍କ ଡାକ୍ତର ଦ୍ଵାରା ପରାମର୍ଶ, ନିଦ୍ଧାରିତ ପରୀକ୍ଷା ସମେତ ବିନାମୂଲ୍ୟରେ ଔଷଧ ଦିଆଯିବ । ଏଥିସହିତ ଯୋଗ, ଫିଜୋଥେରପି, କୋଭିଡ ଟୀକାକରଣ ଓ ଟେଲିମେଡିସିନର ସୁବିଧା ରହିଛି । ଏହି ସ୍ବାସ୍ଥ୍ୟ ମେଳାର ସୁଯୋଗ ନେବାକୁ ଜନସାଧାରଣଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.

error: Content is protected !!