jsm

ଗଞ୍ଜାମ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ, ୨୫ରେ ହେବ ରକ୍ତଦାନ ଶିବିର

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରବିବାର ସନ୍ଧ୍ୟାରେ ଗଞ୍ଜାମ ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ଅଧକ୍ଷତା କରିଥିଲେ । ଆସନ୍ତା ୨୫ରେ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ରକ୍ତଦାନ ଶିବିର କରିବାକୁ ନିସ୍ଵତୀ ନିଆଯାଇଥିଲା । ପ୍ରତେକ ପଂଚାୟତରୁ ନବ ନିର୍ବାଚିତ ଜନପ୍ରତିନିଧିମାନେ ସ୍ବେଛାକୃତ ରକ୍ତଦାନ କରିବାକୁ ଲୋକଙ୍କୁ ସଚେତନତା କରିବାକୁ ପରାମର୍ଶ ଦିଆଯାଇଛି । ପୋଲିସ ଓ ଲୋକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ନିବିଡ଼ ହୋଇ ପାରିଲେ ଅପରାଧ ହ୍ରାସ ପାଇବ ବୋଲି ମତପ୍ରକାଶ ପାଇଥିଲା । ଏଥିସହ ସହରରେ ଅପରଧ କମିଥିବା ଆଲୋଚନା ହୋଇଥିଲା ଏଲ୍‌ ସେକେଣ୍ଡ ଅଫିସର ଅଜିତ କୁମାର ପରିଡା, ଏସ୍‌ଆଇ ନାରାୟଣ କାହିର, ସୁରେନ୍ଦ୍ର ପ୍ରଦ୍ୱୀହାରୀ, ମହିଳା ଅଫିସର ସୁପ୍ରଭା ସାହୁ, ଏଥିରେ ୧୫ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ବିଜେଡି ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ବ୍ଲକ ଅଧକ୍ଷା ପ୍ରତିନିଧି ସୁରଥ ପହାନ, ସରପଞ୍ଚ ପ୍ରତିନିଧି ତଥା ପୂର୍ବତନ ବ୍ଲକ ଉପାଧ୍ୟାକ୍ଷ ଆର ଭାଗ୍ୟ ରେଡି, ସାନ ବଜାର ବଣିକ ସଙ୍ଘ ସଭାପତି ସୁଧୀର କୁମାର ପାଢ଼ୀ, ବଡ଼ ବଜାର ସଙ୍ଘ ସଭାପତି ଶଙ୍କର ବାରିକ, ସମ୍ପାଦକ କାଁହୁ ଚରଣ ପଣ୍ଡାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.