ବିଜେଡିର ବରିଷ୍ଠ ସଂଗଠକ ପ୍ରଫୁଲ୍ଲ ଆଚାର୍ଯ୍ୟ ଆଉ ନାହାନ୍ତି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ସଂଗଠନ ସଦସ୍ୟ, ଚାଷୀ ତଥା ସମାଜସେବୀ ପ୍ରଫୁଲ୍ଲ ଆଚାର୍ଯ୍ୟଙ୍କ ଆଜି ସଂଧ୍ୟାରେ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁରେ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ସେ କିଛି ମାସ ହେବ ଅସୁସ୍ଥ ଥିବା କାରଣରୁ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଘରେ ଥିଲେ । ସ୍ୱର୍ଗତ ଆଚାର୍ଯ୍ୟ ୧୯୯୦ରେ ଜନତା ଦଳ ଓ ପରେ ବିଜୁ ଜନତା ଦଳର ଏକ ସକ୍ରିୟ ସଂଗଠକ ଥିଲେ । ସ୍ୱର୍ଗତ ପ୍ରଫୁଲ୍ଲ ଆଚାର୍ଯ୍ୟ ରାଜ୍ୟସଭା ସାପ୍ସସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ଼ଭାଇ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ କାକା ଅଟନ୍ତି । ସେହିପରି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ଛୋଟ ଭାଇ ଅଟନ୍ତି । ତାଙ୍କ ମୃତ୍ୟୁରେ ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଧାୟିକା ରୀତା ସାହୁ ଶୋକ ପ୍ରକାଶ କରିଛନ୍ତି । ଜିଲ୍ଲାର ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂଜୀବନୀ ସେବା ସଂଗଠନର ପକ୍ଷରୁ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

error: Content is protected !!