ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଗୁଡଭେଲା ପୁଲିସପଡାର ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀଙ୍କ ନାମ ଅଞ୍ଜନା ମିଶ୍ର (୨୦) ବୋଲି ଜଣାପଡିଛି । ସୂଚନା ଅନୁସାରେ ଅଞ୍ଜନା ଗତକାଲି ଅପରାହ୍ନରେ ତାଙ୍କ ମା’ଙ୍କୁ ୫ ଶହ ଟଙ୍କା ମାଗିଥିଲେ । ଘରେ ଟଙ୍କା ନାହିଁ ବୋଲି ମନା କରିଦେଇଥିବାରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଥିବା ପରିବାର ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଛି । ସୋମବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ତୁୁଷୁରା ପୁଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.