ଶ୍ରୀଅରବିନ୍ଦଙ୍କ ପବିତ୍ର ଶ୍ରୀତନୁ ପ୍ରତିଷ୍ଠାର ୩୪ତମ ବାର୍ଷିକୋତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସେକଟର ୫ ସ୍ଥିତ ଶ୍ରୀଅରବିନ୍ଦ ଯୋଗମନ୍ଦିରରେ ଶ୍ରୀ ଅରବିନ୍ଦଙ୍କ ପବିତ୍ର ଶ୍ରୀତନୁ ସ୍ମାରକୀ ପ୍ରତିଷ୍ଠାର ୩୪ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବର ଉଦ୍‌ଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସୁପର ସ୍ପେଶାଲିଟି ହସ୍ପିଟାଲ ର ନିର୍ଦ୍ଦେଶକ ସ୍ୱରୂପ ପାଣିଗ୍ରାହୀ ଏହି ଅବସରରେ ହୋଇଥିବା ଆଧ୍ୟାତ୍ମିକ ଆଲୋଚନାର ବରେଣ୍ୟ ଆଲୋଚକ ଦ୍ୱୟ ଥିଲେ ମାତୃପ୍ରେମୀ ଭାଗିରଥି ମହାପାତ୍ର ଓ ରମେଶ ଚନ୍ଦ୍ର ସାହୁ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମାତୃପ୍ରେମୀ ଚିତ୍ତରଞ୍ଜନ ନନ୍ଦୀ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଶ୍ରୀଅରବିନ୍ଦ ଯୋଗମନ୍ଦିର ର ସମ୍ପାଦକ ଡାକ୍ତର ପ୍ରଶାନ୍ତ କୁମାର ପାତ୍ର କାର୍ୟ୍ୟକ୍ରମ ସଂଚାଳନ କରିଥିଲେ ଓ ଏହି ଅବସରରେ ଶ୍ରୀ ଅରବିନ୍ଦ ସ୍କୁଲର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ତଥା ସ୍କୁଲର ଅଧ୍ୟକ୍ଷ ଗୋଦାବରୀଶ ପଢ଼ିଆରୀ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବର ଦ୍ଵିତୀୟ ଦିବସର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା ଘୋଷ ଦାଦାଙ୍କ ଦ୍ୱାରା ଶ୍ରୀ ଅରବିନ୍ଦଙ୍କ ରଚିତ “ସାବିତ୍ରୀ” ପଠନରୁ ତଥା ମାତୃପ୍ରେମୀ ଭାଗିରଥି ପାଣିଗ୍ରାହୀଙ୍କ ଶ୍ରୀଅରବିନ୍ଦଙ୍କ ଶ୍ରୀତନୁ ସ୍ମାରକୀ ପ୍ରତିଷ୍ଠାର ନିଜସ୍ୱ ଅନୁଭୂତି ବାଢିଥିଲେ । ପରେ ପରେ ଶ୍ରୀମାଙ୍କ ରଚିତ “ଚିରନ୍ତନି ” ପୁସ୍ତକର ଚାରୋଟି ବିଷୟ ଉପରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଅଞ୍ଜଳି ମହାନ୍ତି, ବନ୍ଦନା ଦାସ, ସୁଶାନ୍ତ ରାଉତ ଓ ଗୀତାରାଣୀ ବେହେରା ଅଂଶଗ୍ରହଣ କରିଥିଲା ବେଳେ ବିଷୟ ବସ୍ତୁର ସାରାଂଶ ଉପସ୍ଥାପନ କରିଥିଲେ ରମେଶ ଚନ୍ଦ୍ର ସାହୁ । ଅଧିବେଶନ ଆରମ୍ଭରେ ସ୍ୱାଗତ ଭାଷଣ ଦେଇଥିଲେ ନଳିନୀପ୍ରଭା ପଟ୍ଟନାୟକ ଓ ସଂଯୋଜନା କରିଥିଲେ ବିଶ୍ୱନାଥ ଆଇଚ । ଉଦ୍‌ଯାପନୀ ଅଧିବେଶନ ଆରମ୍ଭ ହୋଇଥିଲା “ବ୍ୟକ୍ତିସତ୍ତା ଗଠନ ପାଇଁ ପୂର୍ଣ୍ଣାଙ୍ଗଶିକ୍ଷା”ଶୀର୍ଷକ କର୍ମଶାଳାରୁ । ଏହି କର୍ମଶାଳାକୁ ଚାରୋଟି ଦଳରେ ବିଭକ୍ତ କରି ସେଥିରେ ହୋଇଥିବା ଆଲୋଚନାର ନିର୍ୟାସକୁ ଶେଷରେ ଉପସ୍ଥାପନ କରାଯାଇଥିଲା । କର୍ମଶାଳାର ଆଲୋଚନା ଭାଗିରଥି ମହାପାତ୍ର କରିଥିଲା ବେଳେ ଡକ୍ଟର କିଶୋରୀ ଦାଶ ପ୍ରାରମ୍ଭିକ ଅଭିଭାଷଣ ଦେବା ସହିତ କର୍ମଶାଳାକୁ ସଂଚାଳନ କରିଥିଲେ ଓ ଭାଗ୍ୟଲତା ସେଠି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବରେ ରଂଜିତ ଦାଶ, ଡାକ୍ତର ରାଜ୍ୟବର୍ଧନ ପଟ୍ଟନାୟକ, ଅରୂପ ସୁବୁଦ୍ଧି, ବିଭବ ଦାସ, ରତ୍ନାକର ସେଠି, ଅଜୟ ସ୍ୱାଇଁ, ଭାସ୍କର ପଶାୟତ ତଥା ଶ୍ରୀଅରବିନ୍ଦ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆନ୍ତରିକ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!