ସଇଁତଲା ଅଗ୍ନିଶମ ବିଭାଗ ତରଫରୁ ସହିଦ ସପ୍ତାହ ପାଳନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଅଗ୍ନିଶମ ବିଭାଗ ତରଫରୁ ସହିଦ ସପ୍ତାହ ଦିବସ ପାଳନ ହୋଇଯାଇଛି । ପ୍ରଥମେ ସହୀଦ ଅଗ୍ନିଶମ କର୍ମଚାରୀ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ସଇଁତଲା, ଡେଙ୍ଗ, ବରଗାଁ, ବ୍ଲକ ଛକ ଅଞ୍ଚଳକୁ ଯାଇ ଅଗ୍ନି ଦାଉରୁ ଲୋକେ କିପରି ସୁରକ୍ଷା ପାଇ ପାରିବେ ତାହା ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଇଁତଲା ଅଗ୍ନିଶମ ବିଭାଗର ଷ୍ଟେସନ ଅଫିସର ଭାଗରଥି ବାନୁଆ, ମୁଖ୍ୟଅଗ୍ନିକ ସମୀର ସାହୁ, ଡ୍ରାଇଭର ସଦାଶିବ ଭୋଇ, ବାଳମୁକୁନ୍ଦ ଭୋଇ, ହିମାଂଶୁ ସେଠ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.