ଅଷ୍ଟ ହନୁମାନର ମାଟି ସୁବର୍ଣ୍ଣପୁରରେ ହନୁମାନ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସଂସ୍କୃତିର ମାଟି ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ସହ ଶ୍ରୀହନୁମାନଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ସୁବର୍ଣ୍ଣପୁର ସହରର ଅଷ୍ଟ ହନୁମାନ ମନ୍ଦିରରେ ଆଜି ପ୍ରତ୍ୟୁଷରୁ ପାରମ୍ପରିକ ରୀତି, ନୀତି ଓ କାନ୍ତି ସହ ପୂଜାର୍ଚ୍ଚନା, ଆଳତୀ ଓ ପଣାଭୋଗ ଅର୍ପଣ ହୋଇଛି । ଏହି ଅବସରରେ ମଂଗଳକାରକ ହନୁମାନଙ୍କୁ ନେଇ ବିଶ୍ବ ହିନ୍ଦୁ ପରିଷଦ, ବଜରଂଗ ଦଳ ଓ ସଂସ୍କାର ଭାରତୀ ପକ୍ଷରୁ ଏକ ଭବ୍ୟ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ଅଷ୍ଟ ହନୁମାନ ମନ୍ଦିର ପରିକ୍ରମା କରିଥିଲା ।

Leave A Reply

Your email address will not be published.