ମା’ ମଙ୍ଗଳାଙ୍କ ଚଇତି ପର୍ବ : ଗଜଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ମା’ କଳସ ଯାତ୍ରାରେ ପାଞ୍ଚହଜାର

କଣାସ, (ଦିଲ୍ଲୀପ କୁମାର ଧାଉଡିଆ) : ପର୍ଯ୍ୟଟନ ସ୍ଥଳୀ ମାତୃଶକ୍ତି ପୀଠ ଜଳିଆପଡାରେ ମା’ ମଙ୍ଗଳାଙ୍କ ଚଇତିପର୍ବ ପୀଠ ଉତ୍ସବ ମୁଖର ହୋଇ ଉଠିଛି । ପୁରା ପାଟ ଥାଟରେ ପର୍ବ ଅନୁଷ୍ଠିତ ହୋଇଛି । ଜଳଯାତ୍ରା, ୫ ହଜାରରୁ ଅଧିକ ମାନସିକଧାରୀ ଜଳଯାତ୍ରାରେ ଯାଇ ଦୋକନ୍ଦାସ୍ଥିତ ଦୟାନଦୀ ଘାଟରୁ ଜଳ ଉଠାଇଛନ୍ତି । ବାଜା, ବାଣ, ଘଣ୍ଟବାଦ୍ୟ, ଢୋଲବାଦ୍ୟ, ସଂକୀର୍ତ୍ତନ, ଘୋଡାନାଚ, ଦୁର୍ଗାମେଢ, ସଖୀ, ଗୋଟିପୁଅ ନାଚ, ହରିବୋଲ ହୁଳହୁଳି, ଶଙ୍ଖଧ୍ୱନୀରେ ଏକ ବିରାଟ ପଟୁଆରରେ ମନ୍ଦିରରୁ ବାହାରିଥିଲେ ଭକ୍ତ । ଜଳଘାଟରେ ପହଁଚିବା ପରେ ଜଳତର୍ପଣ କରି ସମସ୍ତେ କୁମ୍ଭ ବୁଡାଇ ଥିଲେ । ଗ୍ରାମ ଦାଣ୍ଡର ଦ୍ୱାରମାନଙ୍କର ଚେରୀ ଭୋଗ ଖାଇ ଆସିଥିଲେ ମା’ ଦୁବ, ଅରୁଆ, ଚାଉଳ ପକାଉଥାନ୍ତି ତ କିଏ ପଣା, ନୈବେଦ୍ୟ ଅର୍ପଣ କରୁଥାନ୍ତି । ସମସ୍ତେ ଉତ୍ସାହର ସହିତ ନିଜ ଦ୍ୱାରକୁ ଠାକୁରାଣୀଙ୍କୁ ପାଛୋଟି ନେଉଥିଲେ, ଭୋଗଖାଇ ମନ୍ଦିରରେ ପହଞ୍ଚିଥିଲେ ଠାକୁରାଣି, କଳସ ସ୍ଥାପନ କରାଗଲାପରେ କୋଠିଘରୁ ପହଣ୍ଡି ହୋଇ ଆସିଥିଲେ ବନଦୁର୍ଗା ଯଜ୍ଞବେଦୀରେ ବିରାଜମାନ କରିଥିଲେ । ସୂର୍ଯ୍ୟପୂଜା ଆରମ୍ଭ ହୋଇ ଯଜ୍ଞ କର୍ମ ସଂପାଦନ ହୋଇଥିଲା । ସକାଳୁ ମା’ଙ୍କ ନୀତିପରେ ମା’ମଙ୍ଗଳାଙ୍କ ଗଜଲକ୍ଷ୍ମୀବେଶ ଅନୁଷ୍ଠିତ ହୋଇଥିଲା । ସକାଳ ୮ଟାରେ ବାହାରିଥିଲା ଜଳଯାତ୍ରା, କଣାସ ପୋଲିସ, ଅଗ୍ନିଶମ, ତହସିଲ, ମେଡିକାଲ ଓ ପୁରୀ ପ୍ରଶାସନ ପକ୍ଷରୁ ପୋଲିସମାନେ ଜଳଯାତ୍ରାରେ ସହଯୋଗ କରିଥିଲେ । ନିଜ ଅଂଚଳ, ଜିଲ୍ଲା, ରାଜ୍ୟ ଓ ବାହାରୁ ବହୁ ଶ୍ରଦ୍ଧାଳୁ ପୀଠରେ ମା’ଙ୍କ ଦର୍ଶନ କରି ଓ ଯଜ୍ଞନାରାୟଣଙ୍କୁ ଦର୍ଶନ କରିଥିଲେ । ଆନନ୍ଦବଜାରର ଦିନ ତମାମ ଖୋଲା ରହିଥିଲା । ନାଟ ମଣ୍ଡପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ହୋଇଥିଲା କୋଭିଡ଼୍‌ ଯୋଗୁ ପର୍ବ ଦୁଇବର୍ଷ ବନ୍ଦ ରହିଥିଲା, ଚଳିତ ବର୍ଷ ପର୍ବ ହେବା ନେଇ ଆଶଙ୍କା ପ୍ରକାଶ ପାଇଥିଲା, ତେବେ ଶେଷ ମୂହୂର୍ତ୍ତରେ ପର୍ବକୁ କାଣ୍ଟଛାଣ୍ଟ କରାଯାଇ କାର୍ଯ୍ୟକ୍ରମ ସ୍ତିର କରାଯାଇଥିଲା ।

Leave A Reply

Your email address will not be published.