ଉଡାରରେ ଶ୍ରୀରାମ ନବମୀ ଉପଲକ୍ଷେ ବିଗ୍ରହ ପ୍ରତିଷ୍ଠା ଓ ଷୋହଳ ପ୍ରହରୀ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡାର ଗାଁରେ ରାମ ନବମୀ, ବିଗ୍ରହ ପ୍ରତିଷ୍ଠା ଓ ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଗତ ୧୦ ତାରିଖରୁ ଆରମ୍ଭ ହୋଇ ବୁଧବାର ଦିନ ଉଦ୍‌ଯାପିତ ହୋଇଯାଇଛି । ପ୍ରହରୀ କର୍ତ୍ତା ଭାବେ ଶଙ୍କର ପଧାନ, ଶ୍ରୀମତୀ ପୁଷ୍ପାଞ୍ଜଳି ପଧାନ କାର୍ଯ୍ୟ ତୁଲାଇଥିଲେ । ବିଗ୍ରହ ପ୍ରତିଷ୍ଠା କର୍ତ୍ତା ଦେବେନ୍ଦ୍ର ସାହୁ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ କାଦମ୍ବିନୀ ସାହୁ, ସୁଶାନ୍ତ ମହାକୁର ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ତପସ୍ଵିନୀ ମହାକୁର, ବିଟଲ ପଧାନ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ କର୍ପୁର ପଧାନ, ଜିବର୍ଦ୍ଧନ ପଧାନ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ନିରୁପମା ପଧାନ କର୍ତ୍ତା ଭୂମିକା ତୁଲାଇଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ରାମଜୀ କମିଟି ଓ ସମସ୍ତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.