ବିପଦ ମୁକ୍ତ ଅଛନ୍ତି ବରଗଡ ଟାଉନ ଥାନା ଅଧିକାରୀ

ବରଗଡ଼, (ନିରେଜ କୁମାର ପାଣୀ) : ବରଗଡ଼ ଟାଉନ ଥାନା ଅଧିକାରୀ ସଦାନନ୍ଦ ପୂଜାରୀ ଏକ ଘଟଣାର ଅନୁସନ୍ଧାନ କରିବାକୁ ଯାଇଥିବା ସମୟରେ କଟକ ଜଗତସିଂହପୁର ରାସ୍ତାରେ ଦୁର୍ଘଟଣାର ଶିକାର ହୋଇ ଭୁବନେଶ୍ୱର ଏପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏ ଖବର ପାଇବା ମାତ୍ରେ ଆଜି ସଂକଳ୍ପ ପରିବାର ତାଙ୍କୁ ଏପଲୋ ଚିକିତ୍ସାଳୟରେ ଦେଖା କରିଥିଲେ । ତାଙ୍କର ଉଭୟ ଗୋଡ଼ ଫେକ୍‌ଚର ହେବା ସହିତ ମୁଣ୍ଡରେ କିଛି ଆଘାତ ଲାଗିଛି କିନ୍ତୁ ବର୍ତ୍ତମାନ ସେ ବିପଦ ମୁକ୍ତ ଅଛନ୍ତି । ମା’ ସମଲେଇଶ୍ୱେରୀଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ଭଲ ପାଇବା ଯୋଗୁଁ ଆଜି ଏକ ବଡ ବିପଦରୁ ସେ ବର୍ତ୍ତି ଯାଇଛନ୍ତି ।

Leave A Reply

Your email address will not be published.