ବୟସ୍କ ଲୋକମାନଙ୍କ ସାହାରା ସାଜିଛନ୍ତି ମହିମା ଅଲେଖ ସେବା ସଂଗଠନ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକର ବୟସ୍କ ଲୋକମାନଙ୍କ ସାହାରା ସାଜିଛନ୍ତି ମହିମା ଅଲେଖ ସେବା ସଂଗଠନ । ଏହି ସଂଗଠନର ସଦସ୍ୟ ମାନେ ଗ୍ରାମର ବୟସ୍କ ଲୋକମାନଙ୍କୁ ନେଇ ଶ୍ରୀରାମ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଖି ପରୀକ୍ଷା କରିଛନ୍ତି । ଯେଉଁମାନଙ୍କର ଆଖିରେ ମୋତିଆ ବିନ୍ଦୁ ଚିହ୍ନଟ କରିଛନ୍ତି ସେମାନଙ୍କୁ କଳିଙ୍ଗଚକ୍ଷୁ ହସ୍ପିଟାଲ ଢେଙ୍କାନାଳକୁ ସଂଗଠନ ପକ୍ଷରୁ ନିଆଯାଇଛି । ମହିମା ଅଲେଖ ସେବା ସଂଗଠନର ସଦସ୍ୟ ଯୁବ ସାମ୍ବାଦିକ କାହ୍ନୁ ଚରଣ ସାହୁ, ସାମ୍ୱାଦିକ ଶ୍ରୀଧର ପାତ୍ର, ଅବସରପ୍ରାପ୍ତ ସାୟନିକ ନିର୍ମଳା ସାହୁ, ଚକ୍ଷୁ ରୋଗୀମାନଙ୍କୁ ନେଇ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଆଖି ଅପରେସନ କରିଛନ୍ତି । ରୋଗୀ ମାନଙ୍କର ଖାଇବା ପିଇବା ବ୍ୟବସ୍ଥା କରିଥିଲେ । ସଂଗଠନର ଏହି ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.