jsm

ଜରାସିଂହାରେ ୧୯ତମ ଶ୍ରୀରାମ ମହୋତ୍ସବ ଉଦ୍‌ଯାପିତ

csstore

ଦେଓଗାଁ, (ମନୀଷ କୁମାର ସାହୁ) : ହିନ୍ଦୁ ନବବର୍ଷ ଉପଲକ୍ଷେ ଦେଓଗାଁ ବ୍ଲକ ଜରାସିଂହାରେ ୧୯ତମ ଶ୍ରୀରାମ ମହୋତ୍ସବ ପାଳିତ ହୋଇଯାଇଛି । ଚଳିତ ଚୈତ୍ର କୃଷ୍ଣପକ୍ଷ ଚତୃଦଶୀ ୧ତାରିଖ ଠାରୁ ଚୈତ୍ର ଶୁକ୍ଲପକ୍ଷ ଦଶମୀ ତିଥିରୁ ଆରମ୍ଭ ହୋଇ ସୋମବାର ଦିନ ପର୍ଯ୍ୟନ୍ତ ଜରାସିଂହା ବଜରଙ୍ଗ ଦଳର ଆନୁକୂଲ୍ୟରେ ସ୍ଥାନୀୟ ଶିବ ମନ୍ଦିର ନିକଟସ୍ଥ ପୂଜାମଣ୍ଡପ ଠାରେ ଶ୍ରୀରାମ ମହୋତ୍ସବ କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ପାଳନ କରାଯାଇଛି । ୧ ତାରିଖରେ କଲସ ଶୋଭାଯାତ୍ରା ପରେ ଅଧିବାସ କରାଯାଇ ଥିବା ବେଳେ ୨ତାରିଖ ଦିନରୁ ପ୍ରତିଦିନ ସନ୍ଧ୍ୟାରେ ଭଜନ କୀର୍ତନ, ହନୁମାନ ଚାଳିଶା ପାଠ ଓ ଆଲତୀ ଚାଲିଥିଲା । ସୋମବାର ପୂର୍ଣ୍ଣାହୁତି, ନଗର ପରିକ୍ରମ ଓ କଲସ ବିସର୍ଜନ ପରେ ମହୋତ୍ସବଟି ଉଦ୍‌ଯାପିତ ହୋଇଯାଇଛି । ଏହି ଉତ୍ସବ ଗାଁର ମା’, ଭଉଣୀମାନେ ଯୋଗ ଦେଇଥିଲେ । ବଜରଙ୍ଗ ଦଳର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହାସହ ଜରାସିଂହା ଜୟ ମାତା ଦି ଗ୍ରୁପ ପକ୍ଷରୁ ମଧ୍ୟ ସ୍ଥାନୀୟ ବୁଢ଼ୀ ଆଇ ମନ୍ଦିରରେ ମଧ୍ୟ ନବରାତ୍ର ପୂଜା ପାଳନ ହୋଇଥିଲା । ଗ୍ରୁପର ସମସ୍ତ ସଦସ୍ୟଙ୍କ ସହଯୋଗରେ ପୂଜା ପରିଚାଳିତ ହୋଇଥିଲା ।

yuvodaya
Leave A Reply

Your email address will not be published.