jsm

କୁଡାସିଂହାରେ ଆଦିତ୍ୟ ଓ ଆନନ୍ଦ ବାହିନୀ ପକ୍ଷରୁ ଶ୍ରୀରାମ ନବମୀ ଉପଲକ୍ଷେ ପ୍ରବଚନ କାର୍ଯ୍ୟକ୍ରମ

csstore

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ସ୍ଥିତ ରାଧାକୃଷ୍ଣ ମନ୍ଦିର ନିକଟରେ କୁଡାସିଂହା ଆଦିତ୍ୟ ବାହିନୀ ଏବଂ ଆନନ୍ଦ ବାହିନୀ ତରଫରୁ ଶ୍ରୀରାମ ନବମୀ ଉପଲକ୍ଷେ ଅନନ୍ତ ଶ୍ରିବୁଭୂପିତ ପୂଜ୍ୟପାଦ ଶଙ୍କରାଚାର୍ଯ୍ୟ ପୁରୀ ଗୋବର୍ଦ୍ଧନ ପିଠାଧିଶ୍ୱର ଶ୍ରୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କ ତତ୍ତ୍ଵାବଧାନରେ ବଲାଙ୍ଗିର ଜିଲ୍ଲା କ୍ଷେତ୍ରୀୟ ସମ୍ପାଦକ ବିପିନ ବିହାରୀ ପଣ୍ଡାଙ୍କ ଆବାହକତ୍ୱରେ ବରିଷ୍ଠ ପ୍ରବକ୍ତା ଅଶୋକ ମିଶ୍ରଙ୍କ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମ ବୃତ୍ତାନ୍ତ ଏବଂ ତାଙ୍କ ଆଦର୍ଶତା ସମ୍ପର୍କରେ ପ୍ରବଚନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ସ୍ଥାନୀୟ ଶ୍ରୀ ରାଧାକୃଷ୍ଣ ମନ୍ଦିର ଟ୍ରଷ୍ଟି ଜଳଧର ସାହୁ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ପ୍ରକାଶ ସାହୁ, ଉମାକାନ୍ତ ମଲ୍ଲିକ, ରମେଶଚନ୍ଦ୍ର ସାହୁ, ପ୍ରଦୀପ ସାହୁ, ଗଙ୍ଗାଧର ସାହୁ, ଅକ୍ଷୟ ଚୌଧୁରୀ, ମନୋଜ ଝାଙ୍କର, କୁବେର ସାହୁଙ୍କ ସହ ଏକାଦଶୀ ବ୍ରତୀ ମା’, ଭଉଣୀମାନେ ଉପସ୍ଥିତ ରହିଥିଲେ ।

yuvodaya
Leave A Reply

Your email address will not be published.