ନାଇକେନପାଲିରେ ଜାତୀୟ ନିରାପଦ ମାତୃତ୍ଵ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ବ୍ଲକସ୍ତରୀୟ ଜାତୀୟ ନିରାପଦ ମାତୃତ୍ଵ ଦିବସ ପାଳିତ ହୋଇଯାଇଛି । ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ଏହି ପାଳନତ୍ସୋବରେ ଯୋଗ ଦେଇ ଉପସ୍ଥିତ ଗର୍ଭବତୀ ମହିଳାଙ୍କୁ ନିରାପଦ ମାତୃତ୍ଵର ବିଭିନ୍ନ ସୂତ୍ର ବତାଇଥିଲେ । ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପ୍ରତି ସମସ୍ତେ ଯତ୍ନଶୀଳ ହେବା ଉଚିତ ବୋଲି ଏହି ଅବସରରେ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ମତବ୍ୟକ୍ତ କରିଥିଲେ । ସଂଯୋଗ ବଶତଃ ଆଜି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ ଦିବସ ମଧ୍ୟ ପାଳିତ ହେଉଥିବାରୁ ପ୍ରାୟ ୫୦ ଜଣ ଗର୍ଭବତୀ ମହିଳାଙ୍କୁ ନିଶୁକ୍ଳ ସ୍ଵାସ୍ଥ୍ୟସେବା ପ୍ରଦାନ କରାଯାଇଥିଲା । ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ଅଶୋକ ମିଶ୍ର ସଭା ପରିଚାଳନା କରିଥିବା ବେଳେ ସ୍ଵାସ୍ଥ୍ୟ ପରିଦର୍ଶକ ଶାନ୍ତ୍ଵନୁ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.