ବିଭତ୍ସ ହତ୍ୟାକାଣ୍ଡ : ୧ ମୃତ, ୧ ଗୁରୁତର

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଭୁବନେଶ୍ଵର ଲୋୟର ପିଏମଜି ଠାରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । କ୍ଷତବିକ୍ଷତ ଅବସ୍ଥାରେ ସ୍ଵାମୀଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ସ୍ତ୍ରୀ ଗୁରୁତର ଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ଲୋୟର ପିଏମଜିରେ ରାସ୍ତାକଡ଼ରେ ଥିବା ଏକ ଏଟିଏମ୍ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଦମ୍ପତିଙ୍କ ଉପରେ କିଏ ଏବଂ କାହିଁକି ଆକ୍ରମଣ କରିଛି ତାହାର କାରଣ ଅସ୍ପଷ୍ଟ ରହିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଳ୍ୟ ଖେଳିଯାଇଛି ।

Leave A Reply

Your email address will not be published.