ସାମ୍ବାଦିକଙ୍କ ସୁରକ୍ଷା ଓ ସ୍ୱାଧୀନତାକୁ ନେଇ ପ୍ରତିବାଦ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ବାଲେଶ୍ୱର ନୀଳଗିରିର କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ପୋଲିସର ଅମାନୁଷିକ ବ୍ୟବହାର ଏବଂ ଚିକିତ୍ସାଧୀନ ଅବସ୍ଥାରେ ଗୋଡରେ ବେଡି ପକାଇବା ଘଟଣାର ପ୍ରତିବାଦରେ ସୁବର୍ଣ୍ଣପୁରଠାରେ ସାମ୍ବାଦିକମାନଙ୍କ ପକ୍ଷରୁ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ଗୋରେଖନାଥ ସାହୁଙ୍କ ନେତୃତ୍ବରେ ସାମ୍ବାଦିକମାନେ ଏହି ଘଟଣାର ପ୍ରତିବାଦ କରିବା ସହ ଦୋଷୀ ପୋଲିସକୁ ଗିରଫ ଏବଂ ବହିଷ୍କାର ଦାବୀ କରିଛନ୍ତି । ଜଣେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏପରି ଅମାନବୀୟ ବ୍ୟବହାର ଦ୍ବାରା ମାନବିକ ଅଧିକାର ଉଲ୍ଲଂଘନ ହୋଇଥିବାରୁ ଦୋଷୀ ପୋଲିସକୁ ଚାକିରିରୁ ବିଦା କରାଯିବା ସହ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯିବାକୁ ସଂଘ ଦାବୀ କରିଛି । ସାମ୍ବାଦିକଙ୍କ ସୁରକ୍ଷା ଓ ସ୍ବାଧୀନତା ଅକ୍ଷୁଣ୍ଣ ରଖିବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ନୀତି ପ୍ରଣୟନ କରିବାକୁ ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ କହିଛନ୍ତି ।

Leave A Reply

Your email address will not be published.