ପାଣିରେ ବୁଡି ୨ ଯୁବକ ମୃତ

ଭଦ୍ରକ : ଆଜି ଭଦ୍ରକ ଜିଲ୍ଲାରେ ଘଟିଛି ଅଘଟଣ । ପୃଥକ ପୃଥକ ସ୍ଥାନରେ ଗାଧୋଇବା ବେଳେ ପାଣିରେ ବୁଡି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲାର ଧୁଷୁରି ଥାନା ଅଧିନ ଆରଡ଼ି ଓ ପଦ୍ମପୁର ପଞ୍ଚାୟତର ସରତରପୁର ଗାଁରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ପଦ୍ମପୁର ପଞ୍ଚାୟତ ସରତରପୁର ଗ୍ରାମର ଦୀପକ ଦଳେଇ ଗାଁ ନିକଟ ଏକ ଗଡ଼ିଆରେ ଗାଧୋଉଥିବା ବେଳେ ପାଣିରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଆରଡ଼ି ଗ୍ରାମର ଜଗନ୍ନାଥ ପାଢ଼ୀ ଗାଁ ନିକଟ ଏକ ଗଡ଼ିଆକୁ ଗାଧୋଇବା ପାଇଁ ଯାଇଥିବା ବେଳେ ପାଣିରେ ବୁଡିଯାଇଥିଲେ । ଲୋକମାନେ ତାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ଆଣିଥିଲେ ଓ ତାଙ୍କୁ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.