oom

ଜନ ଶୁଣାଣି ଶିବିରରେ ଶ୍ରମିକମାନଙ୍କ ଦେଖା ନାହିଁ : ସାଧାରଣରେ ଚର୍ଚ୍ଚା

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକ କାର୍ଯ୍ୟାଳୟ ସଭା ଗୃହଠାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩, ଆଇସିଡ଼ିଏସ୍‌ ଯୋଜନା, ମମତା ଯୋଜନାର ୨୦୨୦-୨୧ ଆର୍ଥିକ ବର୍ଷର ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ସୂଚନା ଅଦୁସାରେ ଏହି କାର୍ଯ୍ୟକ୍ରମରେ ଯେଉଁଥିରେ ବ୍ଲକର ଶ୍ରମିକ ଓ ଜନ ସାଧାରଣମାନଙ୍କୁ ଆର୍ଥିକ ବର୍ଷରେ କେତେ ଦିନ ଶ୍ରମ ଦିବସ ସୃଷ୍ଟି ହୋଇଛି, ଉକ୍ତ ଯୋଜନାରେ କେତେ ଜଣ ଶ୍ରମିକ ନିଯୁକ୍ତି ପାଇଥିଲେ, ଆର୍ଥିକ ବର୍ଷରେ ଅନୁଦାନ ଅର୍ଥର ବିବରଣୀ, ମାଷ୍ଟର ରୋଲ ଆଦି ବିଷୟରେ ଜନ ଶିବିରରେ ତାହାର ସ୍ୱଚ୍ଛତା ଆଣିବା ପାଇଁ ଅନୁଷ୍ଠିତ ହୋଇଥାଏ କିନ୍ତୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାର ବ୍ୟତିକ୍ରମ କରିଥିବା ଦେଖିବାକୁ ମିଳୁଛି ପ୍ରସାର ପ୍ରଚାର ତ ଦୂରର କଥା ଶ୍ରମିକ ମାନଙ୍କୁ ଜଣ ଶୁଣାଣି ବିଷୟରେ କିଛି ସୂଚନା ଦିଆଯାଇ ନାହିଁ ବୋଲି ଅଭିଯୋଗ ହୋଇଛି । ଶିବିରରେ କେବଳ ଦଳୀୟ କର୍ମୀ, ନେତା ଓ ପ୍ରଶାସନ ଅଧିକାରୀମାନେ ସାମିଲ ରହି ଜନ ଶୁଣାଣି ଶିବିରକୁ ଶେଷ କରିଦେଇଥିବା ଅଭିଯୋଗ ହୋଇଛିଛି । ଏପରିକି ଉକ୍ତ କାର୍ଯ୍ୟକ୍ରମରେ ବେଲପଡା ବ୍ଲକର ଜୋନ ୨୫ ଏବଂ ୨୬ ନମ୍ବର ଜିଲ୍ଲା ପରିଷଦମାନଙ୍କୁ ମଧ୍ୟ୍ୟ ପାତର ଅନ୍ତର କରାଯାଇଥିବା ଅଭିଯୋଗ ହେଉଛି । ଯେହେତୁ ସେମାନେ ବିଜେପି ଦଳର ବୋଲି ଜନଶୁଣାଣି ଶିବିରକୁ ଆମନ୍ତ୍ରଣ କରାଯାଇନଥିବା ବେଳେ ଅନ୍ୟପଟେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଜନ ଶୁଣାଣି ଶିବିର ବିଷୟରେ କୌଣସି ସୂଚନା ଦିଆଯାଇନଥିବା ଯୋଗୁ ବେଲପଡା ବ୍ଲକର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଆସନ୍ତୋଷ ପ୍ରକାଶ କରିଛନ୍ତି । ବେଲପଡା ଏକ ଦାଦନ ପ୍ରବଣ ଅଞ୍ଚଳ ହୋଇଥିବାରୁ ସରକାର ତରଫରୁ ବିଭିନ୍ନ ଯୋଜନା ମାନ କାର୍ଯ୍ୟକାରୀ ହେଉଛି । କିନ୍ତୁ ସ୍ଥାନୀୟ ପ୍ରଶାସନ କେତେକ ଲୋକଙ୍କୁ ନେଇ ଜନଶୁଣାଣି ଶିବିର ଆୟୋଜନ କରିଥିବାରୁ ଏହା କାହା ସ୍ୱାର୍ଥରେ ବୋଲି ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । ଏହି ଜନ ଶୁଣାଣି ଶିବିର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଥୀ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର, ସମ୍ମାନିତ ଅତିଥି ରୂପେ ବ୍ଲକ ଅଧକ୍ଷ୍ୟା ଟିନା କୁମ୍ଭାର, ଉପାଧକ୍ଷ୍ୟା ଦୁର୍ଯ୍ୟୋଧନ କୁମ୍ଭାର, ବିଧାୟକ ପ୍ରତିନିଧି ଗଣେଶ କୁମ୍ଭାର, ଜିଲା ପରିଷଦ ସଦସ୍ୟ ଜୟ ଧାରୁଆ, ସିଡିପିଓ ମୃଣ୍ମୟୀ ଭୋଇ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ଏନେଇ ଅଧିକାରୀମାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

jittmm
Leave A Reply

Your email address will not be published.