ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁଗାନ୍ତକାରୀ ସ୍ୱଚ୍ଛ ଭାରତ ଅଭିଯାନର ଅଂଶସ୍ୱରୂପ ଗାଁ ପରିମଳ ବ୍ୟବସ୍ଥାରେ ସୁଧାର କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଜିଲ୍ଲାର ମୁଣ୍ଡୋଘାଟ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ମୁଣ୍ଡୋଘାଟ ପଂଚାୟତର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଜନ ସଚେତନତା ରାଲି, ଗାଁ ଦାଣ୍ଡ ସଫେଇ ସହ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସରପଂଚ କିସାନ ଜଗଦଲାଙ୍କ ନେତୃତ୍ୱରେ ଆୟୋଜିତ ଏହି ସ୍ୱଚ୍ଛତା ଅଭିଯାନରେ ସ୍ୱାସ୍ଥ୍ୟ କର୍ମୀ ବ୍ରଜେଶ୍ୱରୀ ହୋତା, ସ୍ୱାସ୍ଥ୍ୟ ପରିଦର୍ଶକ ପଂଚାନନ ହୋତାଙ୍କ ସହ ଗ୍ରାମ ପଂଚାୟତର କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ, ଆଶା ଦିଦି ଓ ଗ୍ରାମବାସୀ ଅଂଶଗ୍ରହଣ କରି ଗ୍ରାମ୍ୟ ପରିବେଶକୁ ସଫା କରିବା ସହ ଘରକୁ ଘର ବୁଲି ଲୋକଙ୍କୁ ସ୍ୱଚ୍ଛ ଭାରତ ଅଭିଯାନର ଉପକାରୀତା ଉପରେ ସଚେତନ କରିଥିଲେ ।

Leave A Reply

Your email address will not be published.