ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକଙ୍କ ଅକାଳ ବିଯୋଗରେ ପାଟଣାଗଡ଼ ଯୁବ ପତ୍ରକାର ସଂଘ ପକ୍ଷରୁ ଶୋକସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ପୁର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପି ଜିଲ୍ଲା ସଭାପତି ସମାଜସେବୀ ଭକ୍ତବନ୍ଧୁ ନାଏକଙ୍କ ଅକାଳ ବିଯୋଗରେ ପାଟଣାଗଡ଼ ଉପଖଣ୍ଡ ଯୁବ ପତ୍ରକାର ସଂଘ ପକ୍ଷରୁ ଏକ ଶୋକସଭା ପ୍ରତ୍ୟୁଷ ରଞ୍ଜନ ଖମାରୀଙ୍କ ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି କରୁଣାକର ବୁଡେକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ସ୍ୱର୍ଗତ ନାଏକଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇ ତାଙ୍କର ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସ୍ବର୍ଗତ ନାଏକ ଜଣେ ଗରିବ ଲୋକଙ୍କ ବନ୍ଧୁ, ସେ ଜଣେ ମେଳାପୀ ମିଷ୍ଟଭାଷୀ ଓ ଆଗଧାଡିର ନେତା ସମାଜସେବୀ ବିଜେପି ଜିଲ୍ଲା ସଭାପତି ଓ ପାଟଣାଗଡ଼ ବ୍ଲକର ଦୁଇ ଥର ଅଧ୍ୟକ୍ଷ ପଦବୀରେ ରହିଥିଲେ । ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଥିଲେ ବୋଲି ମତପ୍ରକାଶ କରିଥିଲେ । ସଂଘ ସମ୍ପାଦକ ବିମଳ କୁମାର ବାଗ ଉପସଭାପତି ଗୋରେଖନାଥ ବରିହା, ଜଗଦୀଶ ଭୋଇ, ଘନ ଭୋଇ, ପ୍ରତ୍ୟୁଷ ରଞ୍ଜନ ଖମାରୀ, ଲାବଣ୍ୟ ପୁରୋହିତଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!