ବରଗଡ଼ ପୌର ପରିଷଦର ନୂତନ ଉପାଧ୍ୟକ୍ଷ ଭାବେ ରାଜେଶ କୁମାର ଅଗ୍ରୱାଲ ନିର୍ବାଚିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦର ନୂତନ ଉପାଧ୍ୟକ୍ଷ ଭାବେ ରାଜେଶ କୁମାର ଅଗ୍ରୱାଲ ନିର୍ବାଚିତ ହୋଇଛନ୍ତି । ବରଗଡ଼ ପୌରାଞ୍ଚଳର ୫ ନମ୍ବର ୱାର୍ଡର କାଉନସିଲର ଶ୍ରୀ ଅଗ୍ରୱାଲ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ସୁଭେନ୍ଦୁ ସାମଲ ଏବଂ ପୌର ଅଧିକାରୀ ନାରାୟଣ ଦଣ୍ଡସେନା ନିର୍ବାଚନ ପରିଚାଳନା କରିଥିଲେ । ନବ ନିର୍ବାଚିତ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.