ବରଗଡ଼ ଲୋକସଭା ଅଞ୍ଚଳ ରାସ୍ତାଘାଟର ଉନ୍ନତି ପାଇଁ କେନ୍ଦ୍ରର ୩୬୮ କୋଟି ଟଙ୍କା ମଞ୍ଜୁର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଲୋକସଭା ଅଞ୍ଚଳର ରାସ୍ତାଘାଟ ଓ ବ୍ରିଜ ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ରାଜପଥ ନିର୍ମାଣ ବିଭାଗ ପକ୍ଷରୁ ସିଆର୍‌ଆଇଏଫ୍‌ ଫଣ୍ଡରୁ ୩୬୮.୫ କୋଟି ଟଙ୍କା ମଞ୍ଜୁର କରିଥିବା ମନ୍ତ୍ରଣାଳୟ ପକ୍ଷରୁ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ବରଗଡ଼ ଜିଲ୍ଲାର ଅମ୍ଭାଭୋନା ବ୍ଲକ ଜରିମୁଲି ଘାଟରୁ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିଖମପାଲି ଘାଟ ପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାରର ଉପରେ ୩ କିଲୋମିଟର ବ୍ରିଜ ନିର୍ମାଣ ପାଇଁ ୨୭୪ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ବରଗଡ଼ରୁ ଭଟଲି ରାସ୍ତା ଦେଇ ଅମ୍ଭାଭୋନା ବ୍ଲକ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତି ପାଇଁ ୪୦ କୋଟି ଟଙ୍କା ମଞ୍ଜୁର କରିଥିବା ସୂଚାଇଛନ୍ତି । ପଦ୍ମପୁରରୁ ପାଟଣାଗଡ଼ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତି ପାଇଁ ୩୮ କୋଟି ଟଙ୍କା ମଞ୍ଜୁର ହୋଇଥିବା ଜଣାପଡିଛି । ଖୁବଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଇଛି ।

Leave A Reply

Your email address will not be published.