ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ରାମଚଣ୍ଡୀ ନିକଟସ୍ଥ ଓସୱାଲା କେନ୍ଦ୍ର ପରିଦର୍ଶନ : ଏକ ବିଶ୍ୱସ୍ତରୀୟ ଆଗ୍ନିକ ପ୍ରଶିକ୍ଷଣ କେନ୍ଦ୍ର ଭାବେ ବିକଶିତ କରିବାକୁ ପରାମର୍ଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତାକଲି ମଧ୍ୟାହ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ବିଶ୍ୱ ଐତିହ୍ୟ କୋଣାର୍କ-ପୁରୀ ମେରାଇନ୍‌ ଡ୍ରାଇଭ୍‌ରେ ଥିବା ଓଡ଼ିଶା ରାଜ୍ୟ ୱାଟରମେନସିପ୍‌ ଏବଂ ଲାଇଫ୍‌ ଗାର୍ଡ ପ୍ରଶିକ୍ଷଣ କେନ୍ଦ୍ର ଯାଇ ସେଠାରେ ଚାଲିଥିବା ସମସ୍ତ କାର୍ଯ୍ୟକ୍ରମ ପରିଦର୍ଶନ କରିଛନ୍ତି । ରାମଚଣ୍ଡୀ ପୀଠର କୁଶଭଦ୍ରା ନଦୀକୂଳରେ ୨୦୧୫ ମସିହାରେ ସ୍ଥାପିତ ଏହି ପ୍ରଶିକ୍ଷଣ କେନ୍ଦ୍ର ତାର କାର୍ଯ୍ୟଧାରା ଲାଗି ସମଗ୍ର ଦେଶରେ ସୁନାମ ଅର୍ଜନ କରିପାରିଛି । ଏଠାରେ ବ୍ୟାଚ୍‌ୱାରୀ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମନୋନୀତ ହୋଇ ଆସୁଥିବା ଆଗ୍ନିକମାନଙ୍କୁ ଭୂତଳ ଜଳସଭୂହରେ ନିଜର ଦକ୍ଷତା ପ୍ରଦର୍ଶନ ପାଇଁ ୱାଟରମ୍ୟାନସିପ୍‌, ସନ୍ତରଣ, ବୋଟ୍‌ଚାଳନା, ସ୍କୁବା ଡଇଭିଂ, ଜଳ ବିତ୍‌ପାତରୁ ଉଦ୍ଧାର କରିବା କୌଶଳ ପ୍ରଭୃତି ସହ ଏ କ୍ଷେତ୍ରରେ ଉପଯୋଗ ହେଉଥିବା ସର୍ବାଧୁନିକ ଯନ୍ତ୍ରପାତିର ବ୍ୟବହାର ଉପରେ ଉଚ୍ଚସ୍ତରୀୟ ତାଲିମ୍‌ ପ୍ରଦାନ କରାଯାଇ ଆସୁଅଛି । ବିଗତ ଦିନଗୁଡ଼ିକରେ ଦେଶରେ ଦେଖା ଦେଇଥିବା ପ୍ରାକୃତିକ ବିପର୍ଯ୍ୟନ୍ତ ବେଳେ ଓଡ଼ିଶା ଫାୟାର ଟିମ୍‌ ଯେଉଁ ଦକ୍ଷତା, ସାହସ ଓ ସେବା ପ୍ରଦର୍ଶନ କରିଛନ୍ତି ସେଥିରେ ରାଜ୍ୟ ସରକାର ଅନେକ ପ୍ରଶଂସା ସାଉଁଟିଛନ୍ତି । ଏହି କେନ୍ଦ୍ରର କାର୍ଯ୍ୟଧାରା ଉପରେ ଗଭୀର ଆସ୍ଥା ପ୍ରକଟ କରି ପଡେ଼ାଶୀ ଆନ୍ଧ୍ର ପ୍ରଦେଶ ଓ ନାଗାଲାଣ୍ଡ ରାଜ୍ୟର ଅଗ୍ନିଶମ କର୍ମଚାରୀମାନଙ୍କୁ ତାଙ୍କ ସରକାର ଏଠାରେ ପ୍ରଶିକ୍ଷଣ ନେବାକୁ ପ୍ରେରଣ କରୁଥିବା ଏହି କେନ୍ଦ୍ରର ସଫଳତା ବୟାନ କରେ । ଏତଦ୍‌ବ୍ୟତୀତ ଓଡ଼ିଶା ପୋଲିସ ଅଧୀନରେ କାର୍ଯ୍ୟରତନ ଗୃହରକ୍ଷୀ ବାହିନୀର ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟ ଅନୁରୂପ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ପ୍ରତି ବ୍ୟାଚ୍‌ରେ ୬୦ ଜଣ ହିସାବରେ ବର୍ତ୍ତମାନ ସୁଦ୍ଧା ସର୍ବମୋଟ ୫୦୨୬ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିବା ସମୀକ୍ଷା ବେଳେ ଜଣାପଡ଼ିଛି ।

Leave A Reply

Your email address will not be published.