ବ୍ରହ୍ମପୁର, (କେପିଏନ୍ଏସ୍) : ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ୪୦ ନଂ ୱାର୍ଡରେ କଂଗ୍ରେସର ନିର୍ବାଚନ ପ୍ରଚାର ଜୋରଦାର ହୋଇଛି । ରାଜ୍ୟ କିଷାନ ସେଲର ପ୍ରଭାରୀ ରଶ୍ମୀ ପଟ୍ଟନାୟକଙ୍କ ନେତୃତ୍ୱରେ ଜୋରଦାର ପ୍ରଚାର ସହ ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ । ଏଥିସହ ବିଭିନ୍ନ ଛକମାନଙ୍କରେ ରାଜ୍ୟ କିଶାନ ସେଲର ପ୍ରଭାରୀ ଶ୍ରୀ ପଟ୍ଟନାୟକ ଉଦ୍ବୋଧନ ଦେଇ ଗତ ଦୁଇ ଦଶନ୍ଧି ଧରି ରାଜ୍ୟ ସରକାର ଖଣି, ପାଣି, ଡ଼ାଲି ଭଳି ବିଭିନ୍ନ ଦୁର୍ନୀତିରେ ଲିପ୍ତ ରହିବା ବିଭିନ୍ନ ବିଫଳତାର ସମାଲୋଚନା କରିଥିଲେ । ଜନସାଧାରଣଙ୍କ ଅସନ୍ତୋଷ ଚଳିତ ନିର୍ବାଚନରେ ପ୍ରତିଫଳିତ ହେବା ସହ କଂଗ୍ରେସ ଦଳ ବିପୁଳ ଭୋଟ ପାଇବ ବୋଲି ଆଶା ପ୍ରକାଶ କରିିଥିଲେ । ଏଥିସହ ରାଜ୍ୟ ସରକାର ରାଜ୍ୟରେ ଆତଙ୍କ ଚଳାଇ ଅନ୍ୟାନ୍ୟ ରାଜନୈତିକ ଦଳର ପ୍ରାର୍ଥୀଙ୍କୁ ଧମକଚମକ ଦେଇ ନିରପେକ୍ଷ ନିର୍ବାଚନ ପରିଚାଳନା କ୍ଷେତ୍ରରେ ବାଧା ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । କଂଗ୍ରେସର ମେୟର ପ୍ରାର୍ଥିନୀ ମଞ୍ଜୁ ରଥ, ୪୦ନଂ ୱାର୍ଡର କର୍ପୋରେଟର ପ୍ରାର୍ଥିନୀ ରଞ୍ଜିତା କୁମାରୀ ପ୍ରଧାନଙ୍କ ସମେତ କଂଗ୍ରେସ ଦଳର ସମ୍ପାଦକ ଦଣ୍ଡପାଣି ପାତ୍ର, ଉପସଭାପତି ମହେଶ୍ୱର ପାତ୍ର, ମୁଖପାତ୍ର ରବି ରଥ, ମୃତ୍ୟୁଞ୍ଜୟ ପ୍ରଧାନ ଓ ଶହ ଶଡ ଦଳୀୟ କର୍ମୀ ୱାର୍ଡର ସାହି ସାହି ବୁଲି କଂଗ୍ରେସକୁ ଭୋଟ ଦେବାକୁ ନିବେଦନ କରିଥିଲେ । ମେୟର ପ୍ରାର୍ଥିନୀ ମଞ୍ଜୁ ରଥ ସହରର ଯେଉଁ ଉନ୍ନତିମୂଳକ କାର୍ଯ୍ୟ ହୋଇଛି, ତାହା କେବଳ କଂଗ୍ରେସ ଅମଳରେ ହିଁ ହୋଇଥିଲା । କିନ୍ତୁ ଗତ ଦୁଇ ଦଶନ୍ଧି ଧରି କୌଣସି ଆଖିଦୃଶିଅ । କାର୍ଯ୍ୟ ହୋଇନାହିଁ । ସୌନ୍ଦର୍ଯ୍ୟକରଣ ପାଇଁ ସହରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ସହରବାସୀଙ୍କ ମୌଳିକ ସମସ୍ୟା ପୂରଣ କରିବାରେ ନିଗମ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ତେଣୁ ସଚେତନ ନାଗରିକମାନେ ଏ ଦିଗରେ ସୁଚିନ୍ତିତ ବିଚାର କରିବାର ସମୟ ଆସିଛି । ତେଣୁ କଂଗ୍ରେସ ଦଳକୁ ବିପୁଳ ଭୋଟ ଦେଇ ଜୟଯୁକ୍ତ କରିବାକୁ ଭୋଟରଙ୍କୁ ସେ ନିବେଦନ କରିଥିଲେ ।
Next Post