jayashree

ରାଜ୍ୟସ୍ତରୀୟ କବି ଲେଖକ କଳାକାର ସମାବେଶ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ “ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ”, ଅଗ୍ନିସ୍ଫୁଲିଙ୍ଗ, ରାଉରକେଲା ଏବଂ ଓଡିଶା ପୂଜ୍ୟପୂଜା ପରିଷଦ, ଭୂବନ ଆନୁକୂଲ୍ୟରେ ଦିବସବ୍ୟାପୀ ରାଜ୍ୟସ୍ତରୀୟ କବି, ଲେଖକ, କଳାକାର ସମାରୋହ, କବିତା ପାଠୋତ୍ସବ, ପୁସ୍ତକ ଉନ୍ମୋଚନ, ସାଧାରଣ ସଭା ଓ ସାରସ୍ୱତ ସମ୍ବର୍ଦ୍ଧିନା ମହୋତ୍ସବ ୨୦୨୨ ବାଣୀପୀଠ କଟକସ୍ଥ କର୍ମବୀର ଗୌରୀଶଙ୍କର ଟାଉନ୍ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବଭାରତୀୟ ସ୍ତରର କବି, ଲେଖକ, କଳାକାର ଯୋଗ ଦେଇଥିଲେ । ନୀଳଗିରିର ମହାରାଜ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ, ମହାରାଣୀ ମନୋଜାମଞ୍ଜରୀ ଦେବୀ, ଡଃ ପ୍ରସନ୍ନ ପାଟ୍ଟଶାଣୀ, ଡଃ ହୁସେନ ରବି ଗାନ୍ଧୀ, ପ୍ରଫେସର ମନୋରଞ୍ଜନ ଦାସ, ଅଧ୍ୟକ୍ଷ ପରୀକ୍ଷିତ ସାହୁ, ଡଃ ନୃସିଂହାନନ୍ଦ ମହାପାତ୍ର, ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଭାରତର ସର୍ବବୃହତମ ସାରସ୍ୱତ ସଂକଳନ “ମନସ୍ବିନୀ” ଲୋକାର୍ପିତ ହେବା ସହ ଅନ୍ୟାନ୍ୟ ଲେଖକଙ୍କ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ପ୍ରବନ୍ଧରେ ଡଃ ପ୍ରଶାନ୍ତ କୁମାର ମହାରଣା, କବିତାରେ ସୁଶାନ୍ତ ନାୟକ, ଗଳ୍ପରେ ଡଃ କଳ୍ପନା ମହାନ୍ତି, ଉପନ୍ୟାସରେ ଜୟନ୍ତୀ ଜେନା, ନାଟକରେ ଡା କୃପାସିନ୍ଧୁ ନାୟକ, ଅନୁବାଦରେ ନିରଞ୍ଜନ ଜେନା, ଶିଶୁ ସାହିତ୍ୟରେ ନବ କିଶୋର ବେହେରା, ସ୍ତମ୍ଭକାର ଭାବରେ ଡଃ ନରେନ୍ଦ୍ର ସେଠୀଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବା ସହିତ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ପ୍ରମାଣିତ କରିଥିବା ସର୍ବଶ୍ରୀ କୁଞ୍ଜବିହାରୀ ରାଉତଙ୍କୁ ପ୍ରଜ୍ଞାରଶ୍ମୀ ସମ୍ମାନ, ଆର୍ତ୍ତତ୍ରାଣ ବାବୁ, ହରିଶ୍ଚନ୍ଦ୍ର ବେହେରା, ଗୋପୀନାଥ ପଟ୍ଟନାୟକଙ୍କୁ ପ୍ରଜ୍ଞାବାରିଧି ସମ୍ମାନ, ଡଃ ରବିନାରାୟଣ ପଣ୍ଡା, ଝସକେତନ ଗୁରୁ, କବିତା ଓ ଗଳ୍ପ ପାଇଁ ରଶ୍ମି ସାହୁ, ଅଶୋକ କୁମାର ପଟ୍ଟନାୟକ, କନକଲତା ମିଶ୍ର, ସ୍ମିତା ମିଶ୍ର, ପ୍ରତାପ କୁମାର ପଣ୍ଡା, ହୃଷିକେଶ ପଣ୍ଡାଙ୍କ ସମେତ ୩୦ଟି ଜିଲ୍ଲାରୁ କବି କବୟିତ୍ରୀ, ଗୁରୁ, ଛାତ୍ରଛାତ୍ରୀ, ନୃତ୍ୟଶିଳ୍ପୀ, ଶିକ୍ଷାବିତ୍, ସମାଜସେବୀ, କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପଣ୍ଡିତ ପ୍ରମୋଦ କୁମାର ମିଶ୍ରଙ୍କ ସଭାପତିତ୍ୱ ଓ ମନସ୍ୱିନୀ ତଥା କାର୍ଯ୍ୟକ୍ରମର ମୁଖ୍ୟ ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ କହିଥିଲେ ଯେ କବିତା ହେଉଛି ମନର ସ୍ୱତଃପ୍ରକାଶ । କବି ହେଉଛନ୍ତି ଦ୍ବିତୀୟ ବ୍ରହ୍ମା । ସେହିପରି ସାହିତ୍ୟର ପ୍ରବାହମାନ ଧାରା ଯୋଗୁଁ ଆଜି ଭାଷା ସାହିତ୍ୟ ରୁଦ୍ଦିମନ୍ତ ହୋଇପାରିଛି । ସାହିତ୍ୟିକ ମାନେ ସମାଜକୁ ଦିଗ୍‌ଦର୍ଶନ ଥାଇପାରନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ଜଣ କବି କବିତା ପାଠ କରିଥିବା ବେଳେ କବିତା ଗୁଡିକୁ ସଂଯୋଜନା କରିଥିଲେ ନବକିଶୋର ବେହେରା, ସୁଶାନ୍ତ କୁମାର ନାୟକ, ଚାରୁଲତା ଭୁୟାଁ ଓ ସୁକାନ୍ତୀ ସାହୁ । ଶେଷରେ ଶ୍ରୀଚନ୍ଦନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.