ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସ୍ଥାନୀୟ ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ପେନାଲ-ସଭ୍ୟା ପାଇଁ ଓଡିଶା ସରକାରଙ୍କ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଜ୍ୟୋସ୍ନା ରାଣୀ ମିଶ୍ର ନିଯୁକ୍ତ ହୋଇଛନ୍ତି । ସଭ୍ୟ, ସଭ୍ୟାମାନଙ୍କ ମଧ୍ୟରୁ ସର୍ବ ଓଡିଶା ସ୍ତରରେ ସର୍ବମୋଟ ୪୬ ଗୋଟି ପୋଷ୍ଟ ପାଇଁ ୩୦ଟି ଜିଲ୍ଲା ମଧ୍ୟରେ ପ୍ରାୟତଃ ୧୩୦୦ ପ୍ରାର୍ଥୀ ପରୀକ୍ଷା ଦେଇଥିବା ବେଳେ ସର୍ବମୋଟ ୧୮ ଜଣ ଲିଖିତ ଓ ଭାବ ଉକ୍ତି ବିନିମୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ଏଥିରୁ ବଲାଙ୍ଗିର ଜିଲ୍ଲା ପାଇଁ ଶ୍ରୀମତୀ ଜ୍ୟୋସ୍ନା ରାଣୀ ମିଶ୍ର (ପେଲେସ ଲାଇନ-ବଲାଙ୍ଗିର) ଓ ବଲାଙ୍ଗିର ଲୟର ରବୀନ୍ଦ୍ର ତ୍ରୀପାଠି ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ କାର୍ଯ୍ୟାଳୟ ମଧ୍ୟରେ ନିଯୁକ୍ତିରେ ଯୋଗଦାନ କରିଥିଲେ । ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ବର୍ଗର ଉପଭୋକ୍ତା ନିୟମାନୁଯାୟୀ ଯାହା ସରକାରଙ୍କ ଅଧିନସ୍ଥ ତାହା ଉପରେ ବିବାଦ ଥିବା ବିଚାର ଓ ତଦନ୍ତ ପ୍ରକ୍ରିୟା ମାଧ୍ୟମରେ ନିଜକୁ ନିୟୋଜିତ କରି ସଠିକ୍ ବିବରଣୀ ଉପସ୍ଥାପନ କରିବେ । ଓଡିଶା ସରକାରଙ୍କ ଉଚ୍ଚ ନ୍ୟାୟାଳୟର ନ୍ୟାୟଧୀଶଙ୍କ ଦ୍ୱାରା ପ୍ରତ୍ୟକ୍ଷ ନିଯୁକ୍ତି ପାଇଁ ଉଭୟ ଶ୍ରୀମତୀ ଜ୍ୟୋସ୍ନା ରାଣୀ ମିଶ୍ର ଓ ଲୟର ଶ୍ରୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଛନ୍ତି ।