ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାକୁ ସଚେତନତା ସଭା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଖରାଦିନରେ ଜଙ୍ଗଲରେ ନିଆଁ ଲାଗିବା ଏକ ନିୟମିତ ଘଟଣା ତେଣୁ ତାକୁ ଆଖି ଆଗରେ ରଖି ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଳକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି ବନାଞ୍ଚଳର ଅଧିକାରୀ ଶ୍ରଦ୍ଧାଦେବ ବଡ଼ମାଳିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା ସଭାରେ ପ୍ରକୃତିବନ୍ଧୁ ବିରଂଚି ନାରାୟଣ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ମଣିଷ ଚାହିଁଲେ ଜଙ୍ଗଲ ସୁରକ୍ଷା ଓ ନିଆଁକୁ ଆୟତ୍ତ କରାଯାଇ ପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଜନସାଧାରଣମାନଙ୍କୁ ନାଚଗୀତ ମାଧ୍ୟମରେ ସଚେତନତା କରିବା ପାଇଁ ପ୍ରତିଭା ସାଂସ୍କୃତିକ ଅନୁଷ୍ଠାନ ଭବାନୀପାଟଣା ନୃତ୍ୟ ପରିବେଷଣ କରିଥିଲେ । ବରକାନୀ, ପାଟିମାଲ, ବକବାହଲ, କମେଇମୁଣ୍ଡା, ରାମୁଡ, ମାନ୍ଦଲା, ତୁରେକେଲା ଆଦି ଗ୍ରାମରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବନାଞ୍ଚଳ ଅଧିନରେ କାର୍ଯ୍ୟରତ କର୍ମଚାରୀ ଚନ୍ଦ୍ରକାନ୍ତୀ ସୁନା, ରିତାଞ୍ଜଳି ନିଆଲ, ଫରେଷ୍ଟର ନୃତମଣି ମହାନନ୍ଦ, ବିଘ୍ନରାଜ ପୋଡ଼, ପାରାଗାର୍ଡ ଜଳ ବନ୍‌ଚ୍ଛୋର, ରାମ ମାଝୀ, ଡିଇଓ ସମିର କୁମାର ସିଂଦେଓ, ବିଷ୍ଣୁ ଛୁରା ଆଦି ସହଯୋଗ କରିଥିଲେ ।

Leave A Reply

Your email address will not be published.