ସଇଁତଲା ନବ ନିର୍ବାଚିତ ଯୁବ ସରପଞ୍ଚ ତଥା ଇଂ ସୁବ୍ରତ ନାଗ ଯାଦବଙ୍କ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ

ସଇଁତଲା, (ପ୍ରମୋଦ ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ଯୁବ ସରପଞ୍ଚ ତଥା ଇଂ ସୁବ୍ରତ ନାଗ ଯାଦବ ପଞ୍ଚାୟତର ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଖଗେଶ୍ୱର କମ୍ପଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ସହିତ ସରପଞ୍ଚ ଶ୍ରୀ ନାଗ ନିର୍ବାଚନରେ ୧୯୩୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ତଥା ପୂର୍ବତନ ସରପଞ୍ଚ ଭୀମସେନ ସ୍ୱାଇଁ ୭୩୭ ଖଣ୍ଡ ଭୋଟ ପାଇଥିଲେ । ଯାହାଫଳରେ ସରପଞ୍ଚ ଶ୍ରୀ ନାଗ ୧୧୯୩ ଖଣ୍ଡ ଭୋଟ ପାଇ ସଇଁତଲା ତଥା ବ୍ଲକରେ ରେକର୍ଡ ସଂଖ୍ୟାରେ ଭୋଟ ପାଇ ବିଜୟୀ ହୋଇ ଇତିହାସ ରଚିଥିଲେ । ଏହି ପରିପ୍ରେକ୍ଷୀରେ ସଇଁତଲା ପଞ୍ଚାୟତବାସୀ ବିପୁଳ ଭୋଟ ଦେଇ ବିଜୟୀ କରିଥିବାରୁ ସରପଞ୍ଚ ଶ୍ରୀ ନାଗ ଅଞ୍ଚଳବାସୀଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି । ଏହି ସଇଁତଲା ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢିବା ସହ ପଞ୍ଚାୟତର ବିକାଶ ଦିଗରେ ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ମଧ୍ୟ ସହଭାଗି ହୋଇ କାର୍ଯ୍ୟ କରିବା ପାଇଁ ନିବେଦନ କରିଛନ୍ତି । ଏହି ଦାୟିତ୍ୱ ସମୟରେ ଓଡିଶା ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ପ୍ରମୋଦ ସେଲମା, ସାମ୍ବାଦିକ ବିଶାଳ ଅଗ୍ରୱାଲ, ଯୁବ ନେତା ବୁବୁନ ପାଣିଗ୍ରାହୀ, ୱାଡ ମେମ୍ବରଙ୍କ ପ୍ରତିନିଧି କିଶୋର ଜାଲ ତଥା ପଞ୍ଚାୟତ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.