କନ୍ଦରା ଜଙ୍ଗଲରୁ ୨ ଜଣ ଶିକାରୀ ଗିରଫ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ଗ୍ରାମର କନ୍ଦରା ଜଙ୍ଗଲରୁ ଦୁଇ ଜଣ ଶିକାରୀଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ସେମାନେ ଜଙ୍ଗଲରେ ଏକ ଘୁଷୁରିକୁ ଶିକାର କରିଥିଲେ । ସେମାନଙ୍କଠାରୁ ୫୦୦ଗ୍ରାମର ମାଂସ ଓ ତାର ଜବତ କରାଯାଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ୨ ଜଣ ହିନ୍ଦୋଳ ଗ୍ରାମର ସୋମନାଥ ବେହେରା(୪୦), ପର୍ଶୁ ପ୍ରଧାନ(୩୮) ବୋଲି ଜଣାପଡିଛି । ୨ ଜଣଙ୍କୁ ଗିରଫ କରାଯାଇ ହିନ୍ଦୋଳ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.