୪୯୩ ଭୋଟରେ ବିଜୟୀ ହେଲେ ଖଳିଆପାଲି ସରପଞ୍ଚ ପ୍ରାର୍ଥିନୀ ଗୀତାଞ୍ଜଳି ପୁଟେଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରକାଶ ପାଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସରପଞ୍ଚ ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଫଳାଫଳ । ତେବେ ଗତକାଲି ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟ ଠାରେ ସକାଳ ୮ଟା ରୁ ଚାଲିଥିଲା ଜୋନ ନଂ.୩ର ଭୋଟ ଗଣତି ଶେଷ ହୋଇଯାଇଛି । ଜୋନ ନଂ. ୩ର ଖଲିଆପାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଭାବେ ଛିଡ଼ା ହୋଇଥିବା ଗୀତାଞ୍ଜଳି ପୁଟେଲ ୨୧୫୨ ଭୋଟ ପାଇ ବିଜୟୀ ହୋଇଛନ୍ତି । ବିଜୟୀ ଖବର ଶୁଣିବା ପରେ ପଞ୍ଚାୟତରେ ଖୁସିର ଲହରୀ ଖେଳିଯାଇଛି । ବିଜୟୀ ହୋଇଥିବା ପ୍ରାର୍ଥିନୀଙ୍କ କହିବା ଅନୁସାରେ ସେ ଏହି ବିଜୟ ପଞ୍ଚାୟତବାସୀଙ୍କ ବିଜୟ ବୋଲି କହିଛନ୍ତି ଓ ପଂଚାୟତବାସୀଙ୍କ ସୁଖ ଦୁଃଖରେ ଛିଡା ହେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

Leave A Reply

Your email address will not be published.