ରୁଷିଆ-ୟୁକ୍ରେନ୍ ଯୁଦ୍ଧ : ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଇବ ଭାରତ

ନୂଆଦିଲ୍ଲୀ : କିଛି ଦିନ ହେବ ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଥମିବାକୁ ନା ନେଉନି । ଏହାରି ମଧ୍ୟରେ ଭାରତ ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଇ ଦେବାକୁ ନେଇଛି । ଦୁଇ ଦେଶରେ ଯୁଦ୍ଧ କାରଣରୁ ୟୁକ୍ରେନର ହଜାର ହଜାର ଲୋକ ସୀମାବର୍ତ୍ତୀ ଅଞ୍ଚଳକୁ ଚାଲି ଆସୁଛନ୍ତି । ଫଳରେ ସେଠାରେ ମାନବୀୟ ସଙ୍କଟ ଉପୁଜିଛି । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ନେଇ କରାଯାଉଥିବା ପ୍ରୟାସର ସମୀକ୍ଷା କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନର ମାନବୀୟ ସଙ୍କଟ କଥା ଆଲୋଚନାକୁ ଆଣିଥିଲେ ଏବଂ ଏଥିପାଇଁ ମଙ୍ଗଳବାର ସହାୟତା ଯୋଗାଇ ଦିଆଯିବ ବୋଲି ନିଷ୍‌ଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.

14 + 12 =

error: Content is protected !!