ସ୍ପଷ୍ଟୀକରଣ ରଖିଲେ ସୁମନ ନନ୍ଦ : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୁଁ କୌଣସି ମନ୍ତବ୍ୟ ଦେଇନାହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ତା ୬/୦୯/୨୦୨୧ ପୂର୍ବାହ୍ନରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ରିଡିଂ ରୁମରେ ଏକ୍ସ କାଉନସିଲ ମେମ୍ବର ତଥା ଏକ୍ସ ଏକ୍‌ଜିକ୍ୟୁଟିଭ୍‌ ମେମ୍ବରଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଏକ୍ସ କାଉନ୍‌ସିଲ୍‌ ମେମ୍ବର ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ସୁମନ ନନ୍ଦ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ ସଂପର୍କିତ କୌଣସି ମନ୍ତବ୍ୟ ଦେଇନଥିବା ସ୍ପଷ୍ଟ କରିଛନ୍ତି । ମଙ୍ଗଳବାର ଦିନ ସଂନ୍ଧ୍ୟାରେ ସ୍ଥାନୀୟ ‘କୋଶଳ ପ୍ରବାହ’ କାର୍ୟ୍ୟାଳୟକୁ ଆସି ଶ୍ରୀ ନନ୍ଦ ଏ ସଂପର୍କରେ ଏକ ସ୍ପଷ୍ଟୀକରଣ ପ୍ରକାଶ କରିବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.