oom

ଘୁଡୁଘୁଡୁ ଜୁଆଖେଳ : ବାଇକ ସହ ୫ ଗିରଫ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ):
ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ସରେଇକେଲାରେ ବିଳମ୍ବିତ ରାତ୍ରରେ ଚାଲିଥିବା ଘୁଡୁଘୁଡୁ ପଟ୍ଟି ଜୁଆଖେଳ ଖବର ପାଇ ଜଗଦଲପୁର ଥାନା ଅଧିକାରୀ ଲିଳିମାଲଲିତା ବାର୍ଲା ଏକ ଟିମ ଗଠନ କରି ଜୁଆ ଆଡ୍ଡା ଉପରେ ଚଢଉ କରିଥିଲେ । ଏଏସଆଇ ସତ୍ୟାନନ୍ଦ ଭୋଏ , ଏଏସଆଇ ପ୍ରଦୀପ ପାଣି, ହାବିଲଦାର ଜିତେନ୍ଦ୍ରୀୟ ଦାଶ, କନଷ୍ଟବଲ ବେଦବ୍ୟାସ ସାହୁ, ସ୍ବରୂପା ବଗାର, ପ୍ରଶାନ୍ତ ପଢିଆମୀ, ଗିରେନ ବାରିକ ବିଭିନ୍ନ ସ୍ଥାନରେ ଛପି ଥିଲେ । ଖେଳରେ ମାତିଥିବା ଯୋଗୁଁ ଜୁଆଡିମାନେ ପୋଲିସର ସ୍ଥିତି ଜାଣି ପାରି ନଥିଲେ । ତାପରେ ପୋଲିସ ଅତର୍କିତ ଚଢାଉ କରି ୫ ଜଣ ଜୁଆଡିକୁ ଧରିଥିଲେ । ତାଙ୍କ ଠାରୁ ନଗଦ ୬୪୬୦ ଟଙ୍କା,ଘୁଡୁଘୁଡୁ ପଟ୍ଟି, ଗୋଟି, ୨ଟି ମୋବାଇଲ, ଓଡି୧୭କ୍ୟୁ୪୩୪୪ ପ୍ଲାଟିନା, ସିଜି ୦୬ କେ ୩୭୦୩ ଟିଭିଏସ ସାଇନ ଗାଡି ଜବତ କରିଛନ୍ତି । ଗିରଫ ହୋଇଥିବା ଜୁଆଡିମାନେ ହେଲେ ଜଗଦଲପୁର ଥାନା ଅଧୀନସ୍ଥ ସମ୍ବଲପୁରୀ ଗ୍ରାମର ନରେନ୍ଦ୍ର ତରିଆ, କ୍ଷୀରାପାଲି ଗ୍ରାମର ଶନୁ ଭୋଇ, ମେଲଛାମୁଣ୍ତା ଥାନା ଅଧୀନସ୍ଥ ସାରଙ୍ଗପୁର ଗ୍ରାମର କୀରତି ପ୍ରଧାନ, ସଂଜୟ ବରିହା, ଜ୍ଞାନ ଗ୍ରାମର ମଲିଆ ଓରଫ ରବିଚନ୍ଦ୍ର ଭୋଇ। ପୋଲିସ କେଶ ନଂ ୧୨୧ /୨୦ ରେ ଏକ ମୋକଦ୍ଦମା ରୁଜ୍ଜୁ କରି ଏଏସଆଇ ସତ୍ୟାନନ୍ଦ ଭୋଏ ଘଟଣାର ତଦନ୍ତ କରୁଛନ୍ତି ।

jittmm
Leave A Reply

Your email address will not be published.