ସୁନ୍ଦରଗଡ ବିଧାୟିକା ମଙ୍ଗସପୁର ପଞ୍ଚାୟତର ଗ୍ରାମବାସୀଙ୍କ ସୁବିଧା ଅସୁବିଧା ବୁଝିଲେ

ସୁନ୍ଦରଗଡ : ସୁନ୍ଦରଗଡ ବିଧାୟିକା ମଙ୍ଗସପୁର ପଞ୍ଚାୟତରେ ଗାଁକୁ ଗାଁ ଯାଇ ଗ୍ରାମବାସୀଙ୍କ ସୁବିଧା ଅସୁବିଧା ବୁଝିଥିଲେ । କେନ୍ଦ୍ରରେ ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ତୃତୀୟ ବର୍ଷ ତୃତୀୟ ଅବସରରେ ସମଗ୍ର ଦେଶରେ ଭାରତୀୟ ଜନତା ପାର୍ଟି ତରଫରୁ ସେବାହିଁ ସଂଗଠନ କାର୍ୟ୍ୟକ୍ରମ ଜରିଆରେ ବିଭିନ୍ନ ପ୍ରକାର ସେବା କାର୍ୟ୍ୟ କରାଯାଉଛି । ଏହି ଅବସରରେ ଆଜି ମାନନୀୟା ସୁନ୍ଦରଗଡ ବିଧାୟିକା ଶ୍ରୀମତି କୁସୁମ ଟେଟେ ମହୋଦୟା ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ମଙ୍ଗସପୁର ମଣ୍ଡଳ ମଙ୍ଗସପୁର ପଞ୍ଚାୟତ ଅନ୍ତର୍ଗତ ସଗାରପାଲି, କର୍ମାପଡା, ବାଉଁଶମୁଣ୍ଡା ଗ୍ରାମକୁଯାଇ ସ୍ଥାନୀୟ ମଣ୍ଡଳ ସଭାପତି ଉଦିତ କୁମାର ଖରସେଲ ସାଧାରଣ ସମ୍ପାଦକ ଜୟରାମ କିଷାନ ଉପସଭାପତି ବେଣୁ ମାଧବ ପୃସେଟ, ଡଗର ଧୃଆ କୃଷକ ମୋର୍ଚ୍ଚା ସଭାପତି ହରିହର ପଟେଲ ରେମଣ୍ଡା ବୁଥ ସଭାପତି ନିର୍ମଳ ଛତ୍ରିଆ ମଙ୍ଗସପୁର ପଞ୍ଚାୟତର ନାଏକ ସରପଞ୍ଚ ସୁଜାତା ମାକର ନାରୀନେତ୍ରୀ ରୁବି ପଟେଲ ପ୍ରମୁଖ ସହିତ ଗ୍ରାମବାସୀ ମାନଙ୍କୁ ମାସ୍କ, ସାବୁନ, ସାନିଟାଇଜର ନିରାସାହ୍ୟ ଅସହାୟ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ଓ ଥର୍ମାଲସ୍କ୍ରିନିଙ୍ଗ ଅମ୍ଳଜାନ ସ୍ତର ଯାଞ୍ଚ କରିବା ସହିତ ବିଧାୟିକା ଶ୍ରୀମତି କୁସୁମ ଟେଟେ ଗ୍ରାମବାସୀଙ୍କୁ କରୋନା ସଚେତନ ବାର୍ତା ଦେଇଥିଲେ ଓ ବିଭିନ୍ନ ସମସ୍ୟା ସମାଧାନ ପଚାରି ବୁଝିଥିଲେ ।

Leave A Reply

Your email address will not be published.