ଜାରି ରହିଛି ‘ମୋ ଚାଟଶାଳୀ’ ଶିକ୍ଷା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଲୋକ ଉନ୍ନତି ସଂଗଠନ, ରାଜ୍ୟ ସ୍ତରୀୟ ମହିଳା ଶ୍ରମଜୀବୀ ମଂଚ, ଓଡିଶା ଶ୍ରମଜୀବୀ ମଂଚ ଏବଂ ଆତ୍ମଶକ୍ତି ଟ୍ରଷ୍ଟ ପକ୍ଷରୁ ରାଜ୍ୟର ୧୭ଟି ଜିଲ୍ଲାରେ ଏକ ଲକ୍ଷ ପିଲାଙ୍କୁ ପ୍ରତିକାରାତ୍ମକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ନିକଟରେ ‘ମୋ ଚାଟଶାଳୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ବିଶେଷ କରି ତାଲାବନ୍ଦ ସମୟରେ ବିଦ୍ୟାଳୟ ବନ୍ଦ ହେତୁ ଶିକ୍ଷାରୁ ବଂଚିତ ହେଉଥିବା ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ବ୍ୟବଧାନକୁ ଦୂର କରିବାକୁ ଏହି ପ୍ରୟାସ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପାଖାପାଖି ୧୦ରୁ ୧୫ଜଣ ପିଲାମାନଙ୍କୁ ନେଇ ଗୋଟିଏ ଶିକ୍ଷା କେନ୍ଦ୍ର ଖୋଲାଯିବ ଏବଂ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀମାନେ ଏ ଅଂଚଳର ପ୍ରାଥମିକ ଶ୍ରେଣୀର ପିଲାମାନଙ୍କୁ ୧୦୦ ଦିନର ଉଜ୍ୱଳ ପାଠ୍ୟକ୍ରମ ଅନୁସାରେ ଓଡିଆ ଏବଂ ଗଣିତ ଉପରେ ପ୍ରତିକାରମୂଳକ ଶିକ୍ଷା ଦାନ କରିବେ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବଲାଙ୍ଗିର ଜିଲ୍ଲା ବଲାଙ୍ଗିର ବ୍ଲକ ବଇଦିପାଲି ପଂଚାୟତ ଫୁଲଝରଣ ଗ୍ରାମର ଡିଲେଶ୍ୱରୀ ଧାରୁଆ ସ୍ୱେଚ୍ଛାସେବୀ ଭାବେ ଲୋକ ଉନ୍ନତି ସଙ୍ଗଠନର ମୋ ଚାଟଶାଳୀରେ ୨୦ଟି ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷାଦାନ କରୁଛନ୍ତି ।

Leave A Reply

Your email address will not be published.