jayashree

ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ତଥା ସର୍ବ ପୁରାତନ ଅନୁଷ୍ଠାନ ଶିଶୁ ବିକାଶ କେନ୍ଦ୍ରର ୪୨ତମ ବାର୍ଷିକ ଉତ୍ସବ ସମାରୋହ ବଲାଙ୍ଗିରସ୍ଥିତ ଯାଦବ ଭବନ ସଭାଗୃହରେ ପାଳିତ ହୋଇଥିଲା । ଅନୁଷ୍ଠାନର ସଭାପତି କସ୍ତୁରୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡା. ଜ୍ୟୋତିର୍ମୟୀ ସାହୁ ମୁଖ୍ୟ ଅତିଥି, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ମମତା ସ୍ୱାଇଁ ବରେଣ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ପାଦକ ଡା. ଅଶୋକ କୁମାର ସେଠୀ ସମ୍ପାଦକ ବିବରଣୀ ପାଠ କରିଥିଲେ । ଏହି ଅବସରରେ କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀର ସଭାପତି ସେବା ନିବୃତ୍ତ (ଓଇଏସ୨)ରାମଚନ୍ଦ୍ର ସାହୁଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ସୁଧାନିଧି ଶତପଥୀ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ସମ୍ମାନ ଗ୍ରହଣ କରିବା ସମୟରେ ନିର୍ଝରିଣୀ ଅନୁଷ୍ଠାନର ସମ୍ପାଦକ ବିରଞ୍ଚି ନାରାୟଣ ଦାଶ, ଉପସଭାପତି ସୂର୍ଯ୍ୟକାନ୍ତ ରଣା, ବରିଷ୍ଠ ସଭ୍ୟ ଥମିର ଛତ୍ରିଆ, ସଞ୍ଜୁକ୍ତା ପରିଛା, କୂଳଦୀପ ସାହୁ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଶ୍ରୀ ସାହୁ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, କବି, ଲେଖକ, ସମାଜସେବୀ, ବକ୍ତା ଅଟନ୍ତି । ଶ୍ରୀ ସାହୁଙ୍କ ଲିଖିତ ସକାଳ ପକ୍ଷୀର କାକଳି ଶିଶୁ କିଶୋର କବିତା ସଂକଳନ ବେଶ ପାଠକ ଆଦୃତି ଲାଭ କରିଛି । ସମ୍ବର୍ଦ୍ଧିତ ଖବର ପ୍ରସାରିତ ହେବା ପରେ କଣ୍ଟାବାଞ୍ଜି ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମଦନ ମୋହନ ରଥ, ଧୀରେନ୍ଦ୍ର ନାରାୟଣ ସିଂହ ଦେଓ, ସୁରଥ ସାହୁ, ଦୁର୍ଗା ସାହୁ, ଡ. ବନ ବିହାରୀ ସାହୁ, ସୀତାଂଶୁ ଶେଖର ନାୟକ, ସୁନାଧର ବନଛୋର, ସତ୍ୟାନନ୍ଦ ବିଶ୍ୱାଳ, ଗିରିଜା ଶଙ୍କର ରଥ, କପିଳ ପତି, ବଳିଷ୍ଠ ପଧାନ ସହଯୋଗ କରିଥିଲେ ।

Leave A Reply

Your email address will not be published.