jayashree

ପ୍ରଳୟଙ୍କାରୀ ବନ୍ୟା ପରିସ୍ଥିତିରେ ଲୋକଙ୍କ ଦୁଃଖ ଓ ଦୁର୍ଦ୍ଦଶାରେ ପ୍ରଶାସନର ଚରମ ଅବହେଳା – ବିଜେଡ଼ି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ପ୍ରଳୟଙ୍କାରୀ ବନ୍ୟା ପରିସ୍ଥିତିରେ ଲୋକଙ୍କ ଦୁଃଖ ଓ ଦୁର୍ଦ୍ଦଶାରେ ପ୍ରଶାସନର ଚରମ ଅବହେଳା ଦେଖାଦେଇଛି ବୋଲି ରାଜ୍ୟ ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ଆଇନମନ୍ତ୍ରୀ ପ୍ରତାପ ଜେନା ମତବ୍ୟକ୍ତ କରିଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଏଯାଏଁ ରିଲିଫ୍ ସହୟତା ସଠିକ୍ ଭାବରେ ପହଞ୍ଚି ନଥିବା ଏବଂ ପାନୀୟ ଜଳ ଗ୍ରାମାଞ୍ଚଳରେ ସମସ୍ୟା ଉତ୍କଟ ହୋଇଥିବା ଅଭିଯୋଗକରି ଟିମ୍ ସଦସ୍ୟମାନେ ପ୍ରଶାସନର କାର୍ଯ୍ୟକୁ ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ପାଇଁ ୨୦ କୋଟି ଟଙ୍କାର ସହାୟତା ଘୋଷଣା କରିଥିବା ବେଳେ ଯାହା ଗଞ୍ଜାମ ଜିଲ୍ଲାର କ୍ଷୟକ୍ଷତି ବାବଦରେ ଯଥେଷ୍ଟ ନୁହେଁ ବୋଲି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସୁବାଷ ବେହେରା, ପୂର୍ବତନ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଉଷା ଦେବୀ, ମନ୍ମଥ ରାଉତରାୟ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଚିକିଟି ଏନ୍ଏସି ଅଧ୍ୟକ୍ଷା ଦୀପା କୁମାରୀଙ୍କ ସମେତ ୨ଶହରୁ ଉର୍ଦ୍ଧ୍ୱ ବିଜେଡ଼ି ନେତା ନେତ୍ରୀ ଗଣ ଯୋଗଦେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ୱର ଉତ୍ତୋଳନ କରିଥିଲେ । ଗଞ୍ଜାମ ଜିଲ୍ଲାରେ ପ୍ରଳୟଙ୍କାରୀ ବନ୍ୟା ସମସ୍ୟା ଉତ୍କଟ ହେଲାଣି । ଜଳ ନିଷ୍କାସନ ପ୍ରକ୍ରିୟା ବ୍ୟବସ୍ଥା ପ୍ରତି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉନାହିଁ । ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ଲୋକଙ୍କୁ ରିଲିଫ୍ ସାହାଯ୍ୟ, ସହାୟତା ପ୍ରଦାନ ଚରମ ଅବହେଳା ଦେଖାଦେଇଛି ବୋଲି ରାଜ୍ୟ ବିଜେଡ଼ି ନେତ୍ତୃବର୍ଗ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଆସ୍କା, ଭଞ୍ଜନଗର, ହିଞ୍ଜିଳିକାଟୁ, ଚିକିଟି ଓ ପାତ୍ରପୁର ବ୍ଲକ୍‌ର ବିଭିନ୍ନ ପ୍ରଭାବିତ ଅଞ୍ଚଳ ଗସ୍ତ କରି ବିଜେଡି ଦଳୀୟ ନେତ୍ତୃ ବର୍ଗର ଏକ ରାଜ୍ୟସ୍ତରୀୟ ଟିମ୍ ବନ୍ୟାଞ୍ଚଳ ପରିଦର୍ଶନ କରି ଆସିଥିବା କୁହାଯାଇଛି । ଶନିବାର ରାତ୍ରି କାଳୀନ ଜରୁରୀ ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦଳୀୟ ବିଜେଡ଼ି ରାଜ୍ୟସ୍ତରୀୟ ନେତା ନେତ୍ରୀ ସମୂହ ଏକ ବିସ୍ତୃତ ଭାବେ ବର୍ଣ୍ଣନା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ଏହାର ଉଚିତ୍ ସମାଧାନ ଏବଂ ବନ୍ୟା ପରିସ୍ଥିତିର ଦୃଢ ମୁକାବିଲା ଦିଗରେ ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.