jayashree

ମହତାବ ଉଚ୍ଚ ବିଦ୍ୟାଳୟରେ ସମାପ୍ତ ହେଲା ଡେଲାଙ୍ଗ ମଣ୍ଡଳସ୍ତରୀୟ ସୁରଭି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ମଣ୍ଡଳ ସ୍ତରୀୟ ସୁରଭି ପ୍ରତିଯୋଗିତା -୨୦୨୬ ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସୁରଭି ନାଚ ଗୀତରେ ଅତ୍ୟନ୍ତ ମୁଗ୍ଧ ହୋଇ ସ୍ଥାନୀୟ ବିଧାୟକ ଆଶ୍ରୀତ୍ ପଟ୍ଟନାୟକ ଓ ଅନ୍ୟମାନେ ଦୀର୍ଘ ସମୟ ଧରି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିବା ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା । ପୂର୍ବାହ୍ନରେ ମହତାବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ବ୍ଲକ୍ ଅଧ୍ୟକ୍ଷା ରମାଦେବୀ ରାଉତରାୟ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ବିଇଓ ପୀତବାସ ସେଠୀ, ଏବିଇଓ ଲକ୍ଷ୍ମଣ ପ୍ରଧାନ, ବିଜୟ କୁମାର ସେଠୀ, ପ୍ରାକ୍ତନ ବିଇଓ ସଚିଦାନନ୍ଦ ପ୍ରଧାନ, ଯୁଧିଷ୍ଠିର ପରିଡ଼ା, ପ୍ରାକ୍ତନ ସରପଞ୍ଚ ଦୁର୍ଗା ରାଉତରାୟ, ସମିତି ସଭ୍ୟ ନରେନ୍ଦ୍ର ପ୍ରଧାନ, ସ୍ଥାନୀୟ ସିଆରସିସି ଲୋକନାଥ ପ୍ରଧାନ, ମହତାବ ଉଚ୍ଚ ବିଦ୍ୟାଳୟର ଆଲୁମିନ ଅଧ୍ୟକ୍ଷ ଭାସ୍କର ସ୍ୱାଇଁ, ପରିଚାଳନା କମିଟି ଅଧ୍ୟକ୍ଷ ପ୍ରଦୀପ୍ତ ବଳବନ୍ତରାୟ, ସଂଯୁକ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ, ଶିକ୍ଷକ ନେତା ସୂର୍ଯ୍ୟ ନାରାୟଣ ସେଠୀ, ପବିତ୍ର ଜେନା ପ୍ରାକ୍ତନ ଶିକ୍ଷକ ରମେଶ ଚନ୍ଦ୍ର ବଳବନ୍ତ ରାୟ ପ୍ରମୁଖ ଯୋଗଦେଇ ଆମ ଭାଷା ସାହିତ୍ୟ ସଂସ୍କୃତି ଆମର ସ୍ୱାଭିମାନ ଓ ଗୋୖରବ ବୋଲି କହିଥିଲେ । ଅତିଥି ବୃନ୍ଦ ସୁରଭି ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ଲୁକ୍କାୟିତ ପ୍ରତିଭା ବିକାଶ ହୋଇପାରୁଛି କହି ଉତ୍ସାହିତ ସହ ଛାତ୍ରଛାତ୍ରୀ ଓ ଉଦ୍‌ଯୋଗୀ ମାନଙ୍କୁ ପ୍ରଶଂସା କରିଥିଲେ । ଉଦ୍‌ଯାପନୀ ଶିଶୁ ମହୋତ୍ସବର ସୁରଭି ସନ୍ଧ୍ୟାରେ ମଣ୍ଡଳ ଶିକ୍ଷା ଅଧିକାରୀ ପୀତବାସ ସେଠୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଆଶ୍ରୀତ୍ ପଟ୍ଟନାୟକଙ୍କ ସହ ଆତ୍ମା ଅଧ୍ୟକ୍ଷ ଲଡୁ କିଶୋର ରାୟ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ଏବିଇଓ ବୃନ୍ଦ ଯୋଗଦେଇ ପିଲାମାନଙ୍କ ଚମତ୍କାର ନୂତ୍ୟଗୀତରେ ଅଭିଭୂତ ହୋଇଥିଲେ । ଆମ ଭାଷା, ଆମ ସାହିତ୍ୟ, ଆମ ସଂସ୍କୃତି ବିଶ୍ଵରେ ଆମର ଶ୍ରେଷ୍ଠ ପରିଚୟ ବୋଲି ଅତିଥିମାନେ ବ୍ୟକ୍ତ କରି ସୁରଭି ମଞ୍ଚ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ଏଥି ସହ ସଂପୃକ୍ତି ବିଭିନ୍ନ ପ୍ରତିଭା ପ୍ରକାଶ ହୋଇଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଗୁରୁଜନମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ସମୃଦ୍ଧ ଭାଷା ଓ ସମୃଦ୍ଧ ଓଡିଶା ଉପରେ ୪ର୍ଥରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୫୦୮ ଜଣ ଛାତ୍ରଛାତ୍ରୀ ବିତର୍କ, ସୃଜନଶୀଳ ଲିଖନ, ହସ୍ତାକ୍ଷର,ବକ୍ତୃତା, ଚିତ୍ରକଳା, କୁଇଜ୍, ରଚନା, ଗୀତ, ଦଳଗତ ନୃତ୍ୟ ଆଦି ୨୭ଟି ବିଭାଗର ୧ମ, ୨ୟ ଓ ୩ୟ ସ୍ଥାନ ହାସଲ କରିଥିବା ମୋଟ ୯୯ ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରି ଆଶୀର୍ବାଦ ଦେଇଥିଲେ । ସିଆରସିସି ତପନ ମଲ୍ଲିକ ଅତିଥି ପରିଚୟ ଦେଇଥିଲାବେଳେ ଊଦ୍‌ଘାଟନୀ ଉତ୍ସବରେ ଦୁର୍ଯ୍ୟୋଧନ ପ୍ରଧାନ ଧନ୍ୟବାଦ ଦେଇଥିଲେ । ପ୍ରଧାନ ଶିକ୍ଷକ ଧୃବ ଚରଣ ବରାଳ, ରମେଶ ଚନ୍ଦ୍ର ଭଟ୍ଟ, ସିଆରସିସି ଦୟାନଧି ମାର୍ଥା, ସୁଦୀପ୍ତ ପରିଡ଼ା, କ୍ଷେତ୍ରବାସୀ ଆଳୁକ, ସୋମନାଥ ବେହେରା, ବସନ୍ତ କୁମାର ସେଠୀ, ପବିତ୍ର ପଣ୍ଡା, ମନୋଜ ମହାରଣା, କୃତିବାସ ପରିଜା, ଜଗନ୍ନାଥ ପରିଡ଼ା, ମନୋଜ ମହାରଣା, ପ୍ରଧାନ ଶିକ୍ଷକ ପ୍ରକାଶ ସାହୁ ଶିକ୍ଷକ ଚିନ୍ମୟ ନାୟକ, ସୂର୍ଯ୍ୟକାନ୍ତ ନାୟକ, ମନୋରଞ୍ଜନ ଜେନା, ବିକ୍ରମ କୁମାର ପାତ୍ର, ଅଭୟ ଚରଣ ସାହୁ ଓ ଅନ୍ୟମାନେ ବିଭିନ୍ନ ବିଭାଗ ଦାୟିତ୍ୱରେ ରହି ସୂଚାରୁରୂପେ କାର୍ଯ୍ୟକ୍ରମ ସମ୍ପାଦିତ କରିଥିଲେ । ଶିକ୍ଷକ ପଙ୍କଜ ବେହେରା ଓ ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ପ୍ରଧାନ ଶିକ୍ଷକ ସନ୍ତୋଷ ମିଶ୍ର, ଦିଲ୍ଲୀପ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଗମ୍ବର ରଥ , ଅଧ୍ୟାପକ ସରୋଜ ପ୍ରଧାନ, ଶିକ୍ଷକ ଗୋପ କୃଷ୍ଣ ତ୍ରିପାଠୀ, କୈଳାସ ସ୍ୱାଇଁ, ଚକ୍ରଧର ମହାପାତ୍ର, ଗୋବିନ୍ଦ ସାହୁ, ଅଶୋକ ପ୍ରଧାନ, ପ୍ରଭାତ ମଙ୍ଗରାଜ, ବିଜୟ ମହାପାତ୍ର, ପ୍ରଦୀପ୍ତ ସେଠୀ, ନାଟ୍ୟକାର ଶ୍ରାଧର ପ୍ରଧାନ, ଶିକ୍ଷୟିତ୍ରୀ ଶୁଭଶ୍ରୀ ମହାପାତ୍ର, ସୁଧାଂଶୁ ବାଳା ପ୍ରଧାନ, ପ୍ରଜ୍ଞା ପରମିତା ବିଶ୍ୱାଳଙ୍କ ସହ ଅନ୍ୟମାନେ ବିଚାରକ ଭାବେ ମୂଲ୍ୟାୟନ କରିଥିଲେ । ୧୬ଟି ସାଧନ କେନ୍ଦ୍ରର ସବୁ ସିଆରସିସି ଓ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ମହତାବ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ରଶ୍ମିତା ସେଠୀ, ନିବେଦିତା ଜଗଦେବ, ନିବେଦିତା ମିଶ୍ର, ଉଷାରାଣୀ ବାରିକ, ନନ୍ଦିଏଲ୍ ରହିତ, ରାକେଶ ଦାଶ, ଶୁଭଙ୍କର ପରିଡ଼ା ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ । କୃତି ଛାତ୍ରଛାତ୍ରୀମାନଙ୍କ ସହ ସବୁ ସିଆରସିସି ଓ ସହଯୋଗୀ ଶିକ୍ଷକ ମାନଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା । ପ୍ରଥମ ସ୍ଥାନ ଅଧିକାର କରିଥିବା ପିଲାମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଥିବା କଥା ସଭାରେ ଘୋଷଣା କରାଯାଇଥିଲା । ଉଦ୍‌ଯାପନୀ ସନ୍ଧ୍ୟାରେ ଦିଲ୍ଲୀପ ନାୟକ ଅତିଥି ପରିଚୟ ଦେଇଥିଲାବେଳେ କ୍ରୀଡ଼ା ଶିକ୍ଷକ ନଟବର ସେଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଡେଲାଙ୍ଗ ଥାନା ଆଇ ଆଇ ସି ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଅଗ୍ନିଶମ ଅଧିକାରୀ ଗୋପବନ୍ଧୁ ସାହୁ ଶୃଂଖଳା ନିରାପତ୍ତା ବ୍ୟବସ୍ଥାର ସୁବ୍ୟବସ୍ଥା କରାଇଥିଲେ ।

Leave A Reply

Your email address will not be published.