jayashree

ବେଟି ବଚାଓ ବେଟି ପଢ଼ାଓ ଉପରେ ସମନ୍ୱୟ ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ବେଟି ବଚାଓ ବେଟି ପଢାଓ ଅନ୍ତର୍ଭୁକ୍ତ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଓ “ଶିଶୁ ପାଇ ଦିନ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୂରଜ କୁମାର ପଟ୍ଟନାୟକ ଏବଂ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଫିସର ଉପସ୍ଥିତ ରହି ପ୍ରାସଙ୍ଗିକ ବିଷୟଗୁଡ଼ିକ ଉପରେ ଆଲୋଚନା କରିଥିଲେ । ସେହିଭଳି ବାଲ୍ୟ ବିବାହ ପ୍ରତିରୋଧ ପାଇ କି କି ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଉପରେ ମଧ୍ୟ ଉପସ୍ଥାପନ କରାଯାଇଥିଲା । ଜିଲା ଶିକ୍ଷା ଅଧିକାରୀ ଛାତ୍ରୀମାନଙ୍କ ଶିକ୍ଷା ପାଇଁ କ’ଣ କ’ଣ ସୁବିଧା ସୁଯୋଗ ରହିଛି ତାହା ଉପରେ ଆଲୋଚନା କରିଥିଲେ । ସେହିପରି ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ପୋଲିସ ବିଭାଗ, ଶ୍ରମ ବିଭାଗ ନିଜ ନିଜ ବିଭାଗରେ ଶିଶୁ ମାନଙ୍କ ସୁରକ୍ଷା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ଗୁଡିକ ଉପରେ ଆଲୋକପାତ କରିଥିଲେ । ସାମ୍ପ୍ରତିକ ସମୟରେ ତୃଣମୂଳ ସ୍ତରରୁ ଉଦ୍ୟମ କରି ସଚେତନତାର ଅଭିଯାନ ଆରମ୍ଭ କରି ଶିଶୁ ମାନଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ଵାରୋପ ପ୍ରଦାନ କରାଯିବା ନେଇ ବୈଠକ ରେ ଆଲୋଚନା କରାଯାଇଥିଲା । ସେହିଭଳି ବୈଠକରେ ବାଲ୍ୟ ବିବାହ ପ୍ରତିରୋଧ କରି ସିଡିପିଓମାନେ ପଦକ୍ଷେପ ଗ୍ରହଣ କଲାପରେ ମଧ୍ୟ ପରବତ୍‌ର୍ତ୍ତୀ ସମୟରେ ବିଭିନ୍ନ ସମସ୍ୟା ଉପୁଜୁଥିବା ନେଇ ପୋଲିସ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଗ୍ରାମ ଶିଶୁ ସୁରକ୍ଷା କମିଟିର ନିୟମିତ ବୈଠକ, କିଶୋର ଟ୍ରାକିଙ୍ଗ ଖାତା ପୂରଣ, ଓ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଓ ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ଘୋଷଣା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.