କନ୍ଧମାଳ, : (ସଞ୍ଜୟ କୁମାର ପାଣିଗ୍ରାହୀ) : ଅତି ଶୀଘ୍ର ହେବ କନ୍ଧମାଳ ମାଓ ମୁକ୍ତ ଜିଲ୍ଲା । ଏନେଇ ଜୋର ଯାର ପ୍ରସ୍ତୁତି ଚଳାଇଛନ୍ତି କନ୍ଧମାଳ ପୋଲିସ, ସିଆର୍ପିଏଫ୍ ଓ ବିଏସ୍ଏଫ୍ ଯବାନ ମାନେ । ଏହି କ୍ରମରେ ଶୁକ୍ରବାର ଦକ୍ଷିଣାଞ୍ଚଳ ଆଇଜି ପୋଲିସ ନୀତି ଶେଖର ଓ କନ୍ଧମାଳ ଏସପିଙ୍କ ନିକଟରେ ୪ ଅଣଓଡ଼ିଆ କେକେବିଏନ ଡିଭିଜନ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି । ଚାରି ମାଓବାଦୀ ଛତିଶଗଡ଼ ଅଞ୍ଚଳର ହୋଇଥିବା ଜଣାପଡିଛି । ଏହି ୪ ଜଣ ମାଓବାଦୀ କନ୍ଧମାଳ ପୋଲିସ ପାଖରେ ଆତ୍ମସମର୍ପଣ କରିବା ସହ ବନ୍ଧୁକ, ଜୀବନ୍ତ ଗୁଳି ଏବଂ ବହୁ ମାଓ ସାମଗ୍ରୀ ସହିତ ଆତ୍ମ ସମର୍ପଣ କରିଛନ୍ତି । ଏଥିରେ ରହିଛି ଏସଲାର ବନ୍ଧୁକ ଗୋଟିଏ, ୩୦୩ ବନ୍ଧୁକ ଦୁଇଟି, ବରବୋର ବନ୍ଧୁକ ଗୋଟିଏ, ଏସଲାର ଜୀବନ୍ତ ଗୁଳି ୧୬ ଟା, ୩୦୩ ଜୀବନ୍ତ ଗୋଳି ୨୨ଟି, ୧୨ ବୋର ଜୀବନ୍ତ ଗୋଳି ୪ଟା, ୱାକି ଟକି ଦୁଇଟା, ମେଡ଼ିସିନ, ବିଦ୍ୟୁତ ତାର ସମେତ ଅନ୍ୟାନ୍ୟ ମାଓ ସାମଗ୍ରୀ ରହିଛି । ଏହି ଚାରି ଜଣକ ମଧ୍ୟରେ ଜଣେ ପୁରୁଷ ଓ ତିନି ଜଣ ମହିଳା ମାଓବାଦୀ ଅଛନ୍ତି । ସେମାନେ ହେଲେ ୧. ଗଙ୍ଗା କୁଞ୍ଜମୀ ଓରଫ ଜିତେନ୍, ୨. ମୁଚାକି ମାସେ ଓରଫ ସୁମିତ୍ରା ୩. ଚୋମାଳୀ କୁଞ୍ଜମ ଓରଫ ଶାନ୍ତିଲା ଓ ଅନ୍ୟ ଜଣେ ହେଲେ ୪. ବନ୍ଦୀ ମାଧବୀ ଓରଫ ମାଳତୀ । ଏହି ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ଆଜି ଆଇଜି ପୁଲିସ ନୀତି ଶେଖର, କନ୍ଧମାଳ ଏସ୍ପି ହରିଶ ବିଶି, ବିଏସ୍ଫ୍ ଆଧିକାରୀ ଅଜୟ କୁମାର, ବିଏସ୍ଏଫ୍ କମାଡେଣ୍ଟ ମାନସ ରଞ୍ଜନ ପଣ୍ଡା, ଓ ସିଆର୍ପିଏଫ କମାଡେଣ୍ଟ ସଂଜୀବ ଟିଏମଙ୍କ ସମ୍ମୁଖରେ ଅସ୍ତ୍ର ତ୍ୟାଗ କରି ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେବାପାଇଁ ଆତ୍ମସମର୍ପଣ କରିଥିଲେ । ଆଇ ଜି ନୀତି ଶେଖର ଅନ୍ୟ ମାଓବାଦୀ ମାନଙ୍କୁ ମଧ୍ୟ ଆହ୍ୱାନ ଦେଇଛନ୍ତି ଯେ, ଯେଉଁମାନେ ବର୍ତ୍ତମାନ ମାଓ ସଂଗଠନ ସହ ସାମିଲ ଅଛନ୍ତି ସରକାରଙ୍କ ଆତ୍ମସମର୍ପଣ ନୀତି ଜରିଆରେ ପୋଲିସ ପାଖରେ ଆତ୍ମସମର୍ପଣ କରେ ମାଓବାଦୀ ମାନଙ୍କ ପାଇଁ ଥିବା ସମସ୍ତ ସୁବିଧା ସୁଯୋଗ ପାଇବା ସହ ସମାଜର ମୁଖ୍ୟ ସୋତ୍ରରେ ସେମାନେ ସାମିଲ ହୋଇପାରିବେ ବୋଲି ଆହ୍ୱାନ ଦେଇଛନ୍ତି ।
Prev Post